କାଜୋଲଙ୍କ ଶ୍ୱଶୁରଙ୍କ ମୃତ୍ୟୁ ପରେ ପରେ ବିଗିଡ଼ିଲା ମା’ଙ୍କ ଅବସ୍ଥା, ହସ୍ପିଟାଲରେ ଭର୍ତ୍ତି ।
ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ସୋମବାରକୁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଯାହାପରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ଅଜୟଙ୍କ ବାପା ବୀରୁ ଦେବଗନ ବଲିଉଡର ଜଣେ ପ୍ରସିଦ୍ଧ ଷ୍ଟଂଟମ୍ୟାନ ଥିଲେ ।
ଏବେ ଦେବଗନ ପରିବାର ବିଷାଦରେ ଅଛନ୍ତି । ଏହି ମଧ୍ୟରେ ପୁଣି ଥରେ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ କାଜୋଲଙ୍କୁ ଗତ ମଙ୍ଗଳବାରକୁ ହସ୍ପିଟାଲ ବାହାରେ ସ୍ପଟ କରାଯାଇଛି । ସାମ୍ନାକୁ ଆସିଥିବା ଫଟୋରେ କାଜୋଲ ଖୁବ ଚିନ୍ତିତ ଥିବା ନଜର ଆସିଛନ୍ତି ।
ଖବର ଅନୁସାରେ କାଜୋଲଙ୍କ ମା ତନୁଜାଙ୍କ ଶରୀର ଅସୁସ୍ଥ ଅଛି । ଯେଉଁ କାରଣରୁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କିଛିଦିନ ହେବ ତନୁଜାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଥିଲା, ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଜୋଲଙ୍କଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅଜୟଙ୍କ ବାପା ବୀରୁଙ୍କର ମୃତ୍ୟୁ ସମୟରେ ଅଜୟ ଫିଲ୍ମ ‘ତାନାଜୀ’ର ସୁଟିଂରେ ବ୍ୟସ୍ତ ଥିଲେ । କବର ଆସିବା ମାତ୍ରେ ତତକ୍ଷଣାତ ସେ ସେଠାରୁ ବାହାରିଗଲେ ।