Only for Entertainment

ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ କାଜୋଲ

Gethu Cinema
0 39

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । କିଛିଦିନ ତଳେ କାଜୋଲ ‘ସ୍ୱଚ୍ଛ ଆଦତ ସ୍ୱଚ୍ଛ ଭାରତ’ କ୍ୟାମ୍ପେନିଂ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ମନୋନିତ ହୋଇ ଚର୍ଚ୍ଚାକୁ ଆସିଥିଲେ । ଏ ବିଷୟରେ କାଜୋଲ ନିଜ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଥିଲେ । ବର୍ତ୍ତମାନ କାଜୋଲ ଚର୍ଚ୍ଚାକୁ ଆସିବାର ଅନ୍ୟ ଏକ କାରଣ ରହିଛି । ଆପଣ ଜାଣିଥିବେ ଯେ ଲଣ୍ଡନସ୍ଥିତ ମାଡାମ ତୁଷାଦ୍ ମ୍ୟୁଜିୟମ ମହମ ପ୍ରତିମୂର୍ତ୍ତି ପାଇଁ ବେଶ ପରିଚିତ । ଏଠାରେ ଅନେକ ବଲିଉଡ କଳାକାର ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ଏବର୍ଷ ଏହି ମ୍ୟୁଜିୟମରେ କାଜୋଲଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତି ଗତ କିଛିଦିନ ହେଲା ଆରମ୍ଭ ହୋଇସାରିଛି । ତେବେ ମ୍ୟୁଜିୟମ ଟିମର କେତେ ଜଣ ସଦସ୍ୟ ପୂର୍ବରୁ କାଜୋଲଙ୍କର ମାପ ନେଇସାରିଛନ୍ତି । କାଜୋଲ ବିଭିନ୍ନ ଚରିତ୍ରରେ ଅଭିନୟ କରିବ ସହିତ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ହାସିଲ କରିସାରିଛନ୍ତି । ଏହା ବ୍ୟତୀତ ଶିଶୁ ଓ ମହିଳା କଲ୍ୟାଣ ପାଇଁ ବିଭିନ୍ନ କାମ ମଧ୍ୟ କରୁଛନ୍ତି ।

ନିକଟରେ ‘ସ୍ୱଚ୍ଛ ଆଦତ୍ ସ୍ୱଚ୍ଛ ଭାରତ’ର ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ ହେବା ସମୟରେ ସେ କହିଥିଲେ ‘ମୁଁ ସ୍ୱଚ୍ଛତାର ଦୂତ ହୋବା ସହ ଆଗାମୀ ଦିନରେ ଏକ ସ୍ୱଚ୍ଛ ଭାରତ ନିର୍ମାଣରେ ଯୋଗଦେବା ପାଇଁ ଆଗ୍ରହୀ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More