Only for Entertainment

ଫିଲ୍ମ ‘କଳଙ୍କ’ରୁ ସାମ୍ନାକୁ ଆସିଲା ବରୁଣ ଧୱନଙ୍କ ପ୍ରଥମ ଲୁକ, ଜଫର ଭୂମିକାରେ ଆସିବେ ନଜର

bollywood life
24

ବରୁଣ ଧୱନ ଏବଂ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘କଳଙ୍କ’କୁ ନେଇ ଦର୍ଶକଙ୍କ ମନରେ ଦୁଇ ଦିନ ହେବ ଉତ୍ସାହ ଭରି ରହିଛି । କାରଣ ନିର୍ମାତା ଘୋଷଣା କରିଛନ୍ତି ଫିଲ୍ମର ଟ୍ରେଲର ଖୁବ ଶୀଘ୍ର ସାମ୍ନାକୁ ଆସିବ । ତେବେ ଫିଲ୍ମର ଟ୍ରେଲର ପୂର୍ବରୁ ମେକର୍ସ ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟର କରୁଛନ୍ତି । ନିକଟରେ ଫିଲ୍ମର ଲୋଗୋ ଏବଂ ଫିଲ୍ମର ପ୍ରଥମ ପୋଷ୍ଟର ମେକର୍ସ ସେୟାର କରିଥିଲେ । ଏବେ ନିର୍ମାତା ଫିଲ୍ମରେ ବରୁଣ ଧୱନଙ୍କ ଲୁକ ସେୟାର କରିଛନ୍ତି ଲ୍ୱରୁଣଙ୍କ ଏହି ଲକକୁ ଦେଖିଲେ ଜଣାପଡୁଛି ଯେ, ସେ ନିଜ କ୍ୟାରିଅରର ସବୁଟାରୁ ଚ୍ୟାଲେଞ୍ଜିଂ ରୋଲରେ ନଜର ଆସିବେ ।

ବରୁଣଙ୍କ ଫାଷ୍ଟ ଲୁକ ସେୟାର କରି ମାଧୁରୀ ଦିକ୍ଷୀତ ଲେଖିଛନ୍ତି, ‘ଆମ ଦୁନିଆ ବହୁତ ବଡ ଏବଂ ଆମ ହିରୋ ବହୁତ ବାହାଦୂର । ଜଫରକୁ ଆପଣ ସାମ୍ନାକୁ ଆଣି ମୋତେ ଖୁବ ଖୁସି ଲାଗୁଛି ।’ ସେହିପରି ସଂଜୟ ଦତ୍ତ ଟ୍ୱିଟ କରି ବରୁଣଙ୍କ ଫାଷ୍ଟ ଲୁକକୁ ସେୟାର କରିଥିଲେ ।

କହରଖୁଛୁ ଯେ, ଫିଲ୍ମରେ ବରୁମ ଧୱନଙ୍କ ବ୍ୟତିତ, ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର, ସଂଜୟ ଦତ୍ତଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୧୯ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More