Only for Entertainment

ରିଲିଜ ହେଲା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ’, ଫିଲ୍ମ ଦେଖିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ଦର୍ଶକ ।

you tube
25

ଶେଷରେ କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘କଲଙ୍କ’ ଆଜି ରିଲିଜ ହୋଇଛି । ଲୋକେ ଏହି ଫିଲ୍ମକୁ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ । ସେଥିପାଇଁ ତ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ଫିଲ୍ମରେ ଆଲିଆ –ବରୁଣ, ମାଧୁରୀ- ସଂଜୟ ଦତ୍ତ ଏବଂ ସୋନାକ୍ଷୀ-ଆଦିତ୍ୟ ରୟ କପୁରଙ୍କ ଯୋଡି ଦେଖିବାକୁ ମିଳିଛି । ଲୋକେ ଏହି ଯୋଡି ଗୁଡିକୁ ଦେଖିବା ପାଇଁ ଉତ୍ସାହିତ ଥିବା ବେଳେ ଏବେ ଲାଗୁଛି ଫିଲ୍ମ ଫିଲ୍ମ ଲୋକଙ୍କ ଆଶା ପୂରା କରି ପାରିନାହିଁ । ଏହି କାରଣରୁ ଲୋକେ ସୋସିଆଲ ମିଡିଆରେ ନିରାଶା ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏପରି ମଧ୍ୟ କିଛି ଲୋକେ ଅଛନ୍ତି ଯାହାଙ୍କୁ କାହଣୀ ଖୁବ ପସନ୍ଦ ଆସିଛି ।

ଏକ ୟୁଜର କମେଣ୍ଟ କରି ଲେଖିଥିଲେ ‘ଏହା ଫିଲ୍ମ ନୁହେଁ ମୁଣ୍ଡବିନ୍ଧା । ଆଲିଆ-ବରୁଣଙ୍କ ସବୁଠାରୁ ଖରାପ ଫିଲ୍ମ ମଧ୍ୟରୁ ଏକ ।’ ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ମୁଁ ଜାଣି ପାରୁନି ବରୁଣ ଏହି ଫିଲ୍ମ କରିବା ପାଇଁ କାହିଁକି ହଁ ଭରିଥିଲେ ।’ କେବଳ ଏତିକି ନୁହେଁ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏହି ମଲ୍ଟିଷ୍ଟାରର ଫିଲ୍ମ ପ୍ରକୃତରେ ଏକ କଲଙ୍କ । ନିଜ ପଇସା ବଂଚାଓ ଏବଂ ଦେଖିବାକୁ ଯାଅ ନାହିଁ ।’

ଦେଖନ୍ତୁ ଲୋକଙ୍କ ରିଆକ୍ସନ-

ଲୋକଙ୍କ ରିଆକ୍ସନ ଦେଖିଲେ ତ ଲାଗୁଛି ଏହାକୁ ଦର୍ଶକ କିଛି ଖାସ ପସନ୍ଦ କରି ନାହାଁନ୍ତି । କିନ୍ତୁ ଧକ ଧକ ଗର୍ଲ ମାଧୁରୀଙ୍କ ଅଭିନୟକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ବର୍ମନ ଦେଇଛନ୍ତି । ଆଶା କରାଯାଉଥିଲା ଯେ, ଫିଲ୍ମର କାହଣୀ ଏବଂ ଷ୍ଟାର କାଷ୍ଟ ପାଇଁ ଫିଲ୍ମ ବକ୍ସ ଅଫିସରେ ଛାଇ ରହିବ କିନ୍ତୁ ଲୋକଙ୍କ ପ୍ରତିକ୍ରିୟା କିଛି ଭିନ୍ନ କହୁଛି । ତେବେ ଫିଲ୍ମ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More