Only for Entertainment

‘କଳଙ୍କ’ର ପ୍ରଥମ ଗୀତ ‘ଘର ମୋରେ ପରଦେଶୀୟା’ର ଟିଜର ରିଲିଜ, ଦେଖିବାକୁ ମିଳିଲା ଆଲିଆ-ବରୁଣଙ୍କ ଜବରଦସ୍ତ ଅନ୍ଦାଜ

Bollywood Bubble
40

ନିକଟରେ ରିଲିଜ ହୋଇଥିବା କରଣ ଜୋହରଙ୍କ ଫିଲ୍ମ ‘କଳଙ୍କ’ର ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଟ୍ରେଲର ଦେଖିବା ପରେ ‘କଳଙ୍କ’କୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଟ୍ରେଲର ପରେ ଫିଲ୍ମର ପ୍ରଥମ ଗୀତ ‘ଘର ମୋରେ ପରଦେଶୀୟା’ର ଟିଜର ରିଲିଜ କରାଯାଇଛି । ଟିଜରରେ ବରୁଣ ଧୱନ- ଆଲିଆ ଭଟ୍ଟଙ୍କ ଜବରଦସ୍ତ ଝଲକ ଦେଖିବାକୁ ମିଳିଛି ।

‘କଳଙ୍କ’ର ଏହି ଗୀତକୁ ପ୍ରିତମ କମ୍ପୋଜ କରିଛନ୍ତି । ଖବର ଅନୁସାରେ ଆଲିଆ ଏହି ଗୀତରେ କଥକ କରୁଥିବାର ଦେଖିବାକୁ ମିଳିବ । ନିକଟରେ ପ୍ରିତମ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ । ଏହି ଗୀତର ଟିଜର ଆଡି ରିଲିଜ ହୋଇଥିବା ବେଳେ ୧୮ ମାର୍ଚ୍ଚ ଅର୍ଥାତ କାଲି ରିଲିଜ ହେବ ।

କହିରଖୁଛୁ ଯେ, କଳଙ୍କର କାହାଣୀ ହିନ୍ଦୁ ମୁସଲିମ ବିବାଦ ଉପରେ ଆଧାରିତ । କରଣ ଜୋହର ଏହି ଫିଲ୍ମକୁ ୮୦ କୋଟି ବଜେଟରେ ନିର୍ମାଣ କରିଛନ୍ତି । ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟଙ୍କ ବ୍ୟତିତ ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ ଏବଂ ସଂଜୟ ଦତ୍ତଙ୍କ ପରି କଳାକାର ନଜର ଆସିବେ । ଅଭିଷେକ ବର୍ମନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ୧୭ ଏପ୍ରିଲର ପରଦାକୁ ଆସିବ ଫିଲ୍ମ ‘କଳଙ୍କ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More