Only for Entertainment

ମା ହେବେ ଇମ୍ରାନ ହାସମୀଙ୍କ ହିରୋଇନ, ସୋସିଆଲ ମିଡିଆରେ ଦେଲେ ସୂଚନା

36

ଖୁବ୍‌ ଶୀଘ୍ର ସେ ମା’ ବନିବେ ଅଭିନେତ୍ରୀ କଲ୍‌କି କୋଚଲିନ୍‌।ଏବେ ସେ ୫ମାସର ଗର୍ଭବତୀ ଥିବା ନେଇ ଏକ ନିଉଜ୍‌ ପୋର୍ଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଲ୍‌କି ସବୁ ମା’ଙ୍କ ଭଳି ସାଧାରଣ ଡେଲିଭରୀ ନ କରାଇ ଓ୍ଵାଟର ବର୍ଥ ଜରିଆରେ ଡେଲିଭରୀ କରାଇବେ ବୋଲି ଜଣା ପଡ଼ିଛି । ୫ମାସ ମଧ୍ୟରେ ସେ ସବୁ ପ୍ରକାରର ପ୍ରସ୍ତୁତି କରି ସାରିଥିବା ବେଳେ ନବଜାତର ନାଁ ମଧ୍ୟ ବାଛି ସାରିଛନ୍ତି ।

 

ସୂଚନା ମୁତାବକ, କିଛି ଦିନ ତଳେ ସେ ନିଜ ପ୍ରେମିକ ଗାଏ ହର୍ଷବର୍ଗଙ୍କୁ ଡେଟ୍‌ କରୁଥିବା ନେଇ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ । ଗାଏ ଇର୍ସାଏଲର ବାସିନ୍ଦା ହୋଇଥିବା ବେଳେ ଏବେ ଦୁହେଁ ନିଜ ପ୍ରଥମ ଶିଶୁକୁ ଅପେକ୍ଷା କରି ବସିଛନ୍ତି । କଲ୍‌କିଙ୍କ କହିବା ଅନୁଯାୟୀ, ମୁଁ ମୋ ସନ୍ତାନ ପାଇଁ ଏଭଳି ଏକ ନାଁ ବାଛିଛି, ଯାହା ଦୁଇଟି ଲିଙ୍ଗକୁ ସୂଚାଉଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More