Only for Entertainment

ପାଂଚ ବର୍ଷ ପରେ ପୁଣି ଥରେ ପରଦାରେ ନଜର ଆସିବେ ଅଭିନେତ୍ରୀ କଲ୍କି କୋଚଲିନ !

34

ପାଂଚ ବର୍ଷ ପରେ ବଡ଼ ଫିଲ୍ମରେ ପୁଣି ଥରେ ନିଜ ଅଭିନୟ ଯାଦୁ ଦେଖାଇବେ ଅଭିନେତ୍ରୀ କଲ୍କି କୋଚଲିନ୍ । ଅପକମିଂ ଫିଲ୍ମ ‘ଗଲିବୟ’ରେ ଗୁରୁତ୍ୱପୁର୍ଣ୍ଣ ଚରିତ୍ରରେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

ଫିଲ୍ମର ଟିଜର ରିଲିଜ ହୋଇସାରିଛି । ଟିଜରରେ ରଣବୀର ଆଲିୟାଙ୍କ ଚରିତ୍ରକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଏହି ଟିଜରରେ ନଜର ଆସିଛନ୍ତି କଲ୍କି । ଫିଲ୍ମ ବିଷୟରେ କେବଳ ଏତିକି ଜାଣିଥିଲୁ ଯେ ଏହି ଫିଲ୍ମରେ ରଣବୀର ଏବଂ ଆଲିୟା ମୁଖ୍ୟ ଭୂମିକାରେ ନଜର ଆସିବେ ।

ତେବେ ଏହି ଫିଲ୍ମରେ କଲ୍କିଙ୍କ ଭୂମିକା କଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ । ଏଠାରେ ଆମେ କହି ରଖୁଛୁ ଯେ , ଜାନୁୟାରୀ ୯ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ କରାଯିବ । ଫିଲ୍ମ ୧୪ ଫେବୃୟାରୀ ତଥା ଭାଲେଂଟାଇନ ଡେ’ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More