Only for Entertainment

କମଲ ହାସନ ବର୍ଥଡେ ସ୍ପେଶାଲ : କମଲ ହାସନଙ୍କ ଫିଲ୍ମ ଦେଖିବ ଲାଗି ଶ୍ରୀଦେବୀ ଥିଏଟର ଯାଇଥିଲେ ବୁର୍କା ପିନ୍ଧି !

Scooptimes
25

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କମଲ ହାସନ ୭ନଭେମ୍ବର ଦିନ ନିଜର ୬୪ତମ ବର୍ଥଡେ ପାଳନ କରୁଛନ୍ତି । କମଲ ହାସନଙ୍କ ଜନ୍ମ ୭ନଭେମ୍ବର, ୧୯୫୪ରେ ପରମକୁଡି, ଚେନ୍ନେଇରେ ହୋଇଥିଲା । କମଲ ନିଜର କ୍ୟାରିଅରର ଆରମ୍ଭ କରିଥିଲେ ୧୯୫୯ରେ ଯେତେବେଳେ ତାଙ୍କୁ ୬ବର୍ଷ ହୋଇଥିଲା ।

କମଲ ହାସନ ଏବଂ ଶ୍ରୀଦେବୀଙ୍କ ଅନସ୍କ୍ରିନ କେମେଷ୍ଟ୍ରି ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । କିନ୍ତୁ କମଲ ହାସନ ଶ୍ରୀଦେବୀଙ୍କୁ ନିଜର ଭଉଣୀ ମାନୁଥିଲେ । ଶ୍ରୀଦେବୀଙ୍କ ନିଧନ ପରେ ଏକ ଇଭେଂଟରେ କମଲ କହିଥିଲେ ଯେ ଶ୍ରୀଦେବୀଙ୍କୁ ସେ ସେବେ ଦେଖା ହୋଇଥିଲେ ଯେତେବେଳେ ତାଙ୍କୁ ୧୫-୧୬ବର୍ଷ ହୋଇଥିଲା ।

ସେ ସମୟରେ ଦୁହିଁଙ୍କୁ କପଲ ଭାବେ କାଷ୍ଟ କରାଯାଇଥିଲା । ମାତ୍ର ରିଅଲ ଲାଇଫରେ ଏମାନେ ଭାଇ ଭଉଣୀ ଭାବେ ବଡ ହୋଇଥିଲେ । ଦୁହିଁଙ୍କୁ ରୋମାଂଟିକ ଫିଲ୍ମରେ କାଷ୍ଟ କରାଯିବାରୁ ଦୁହେଁ ଖୁବ ହସିଥିଲେ , ସେମାନଙ୍କୁ ଲାଗିଥିଲା ଯେ ଦୁହେଁ ଯେପରି ଗୋଟେ ପରିବାରର ।
ଶ୍ରୀଦେବୀ ସେହିଭଳି ଷ୍ଟାରଡଷ୍ଟ ସାକ୍ଷାତକାରରେ କହିଥିଲେ ସେ ଥରେ କମଲ ହାସନଙ୍କ ଫିଲ୍ମ ଦେଖିବାକୁ ବୁର୍କା ପିନ୍ଧି ଯାଇଥିଲେ । ସେ କହିଥିଲେ ପବ୍ଲିକ ଠାରୁ ବଂଚିବା ଲାଗି ଖୁବ କମ ଥିଏଟର ଯାଉଥିଲେ , ଅନେକ ଫିଲ୍ମ ସ୍ପେଶାଲ ସ୍କ୍ରିନିଂରେ ହିଁ ଦେଖୁ ନେଉଥିଲେ ।
କମଲ ହାସନ ଅଭିନୟ କରିଥିବା ୭ଟି ଫିଲ୍ମ ଓସ୍କାର ପାଇଁ ଯାଇ ସାରିଲାଣି । ଫିଲ୍ମ ଗୁଡିକ ହେଲା ସାଗର, ସ୍ୱାତି ମୁତ୍ୟମ, ନୟାଗାନ, ଥେବରମଗନ, କୁରୁଥିପୁନାଲ, ଇଣ୍ଡିଆନ ଏବଂ ହେ ରାମ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More