Only for Entertainment

ଉଠିଗଲା ୩୭୦ ଧାରା, କିଏ କହୁଛି କାଶ୍ମୀରରେ ଘର କିଣିବ ତ କିଏ କହୁଛି ଡ୍ରିମଗର୍ଲ ମିଳିଗଲା…………….ଆଉ କିଏ…….

aajtak
390

ଜମ୍ମୁ କାଶ୍ମୀରକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ପରେ ସମସ୍ତଙ୍କ ଉତ୍ସାହ ବଢିଯାଇଛି । ଗ୍ଲାମର ଇଣ୍ଡଷ୍ଟ୍ରିର ତାରକାଙ୍କ ଖୁସି କହିଲେ ନ ସରେ । ଏହାକୁ ନେଇ ଭିନ୍ନ ଭିନ୍ନ ସେଲିବ୍ରେଟୀଙ୍କର ଭିନ୍ନ ମତ ସାମ୍ନାକୁ ଆସିଛି ।

ଖବର ଅନୁସାରେ ଅଭିନେତା ଗୁରମିତ ଚୌଧରୀ କହିଛନ୍ତି ତାଙ୍କର କାଶ୍ମୀରରେ ଜମି କିଣିବାର ସ୍ୱପ୍ନ ପୂରଣ ହେବ । ସେ ଏହା ମଧ୍ୟ କହିଛନ୍ତି ପିଲାଟି ଦିନରୁ ମୋ ସମୟ ଆର୍ମି କ୍ୟାମ୍ପରେ ବିତିଛି । ମୋତେ ଲାଗେ ମୁଁ ସେହି ସ୍ଥାନର । ଏବେ ଏଠାରେ ଘର ଆଉ ବିଜନେସ କରିବାର ସ୍ୱପ୍ନ ପୂରଣ ହୋଇଯିବ । ମୁଁ ବହୁତ ଖୁସି ଅଛି । ଜୟ ହିନ୍ଦ୍ ।

 

ଫିଲ୍ମ କ୍ରିଟିକ ଏବଂ ଆକ୍ଟର କମାଲ ଶରିଦ ବଙ୍ଗଳା କିଣିବା ପାଇଁ ପ୍ଲାନ କଲେଣି । ଅନ୍ୟ ପଟେ କେଆରକେ ଟ୍ୱିଟରରେ ଲେଖିଛନ୍ତି ଯଦି ଏବେ କୌଣସି କାଶ୍ମୀରର ସୁନ୍ଦରୀ ଝିଅ ମୋତେ ବାହା ହେବାକୁ ରାଜି ହୋଇଯିବ ତେବେ ମୁଁ ସେଠାରେ ଗୋଟିଏ ବଙ୍ଗଳା କିଣିଦେବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More