Only for Entertainment

୨୦୧୮ର ଚର୍ଚ୍ଚିତ ଚେହେରା, କିଏ ହେଲେ ନ୍ୟୁଜମେକର ୨୦୧୮ ଜାଣନ୍ତୁ !

YouTube
32

୨୦୧୮ ବିଦାୟ ନେଉଥିବା ବେଳେ ନୂଆ ସଂଭାବନା ନେଇ ଆସୁଛି ବର୍ଷ ୨୦୧୯ । ଆଉ ବିଦାୟୀ ୨୦୧୮ ବର୍ଷରେ କେଉଁମାନେ ଥିଲେ ଖବରର ଶୀର୍ଷରେ । କେଉଁ ନେତା, କେଉଁ ଅଭିନେତା କିମ୍ବା କେଉଁ ସମାଜିକ କର୍ମୀ ତଥା କ୍ରୀଡ଼ା ବ୍ୟକ୍ତିତ୍ୱ ବର୍ଷ ତମାମ ଖବରର ଉତ୍ସ ହୋଇ ରହିଥିଲେ । ଏଭଳି କିଛି ବ୍ୟକ୍ତିତ୍ୱଙ୍କୁ ସାମ୍ମାନିତ କରିବାର ଉଦ୍ଦେଶ୍ୟରେ କନକ ନ୍ୟୁଜ୍ ତଥା ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା ନ୍ୟୁଜ୍ ମେକର-୨୦୧୮ । ରାଜନୀତି, ସମାଜିକ, କ୍ରୀଡ଼ା ଓ ମନୋରଂଜନ କ୍ଷେତ୍ରରେ ବର୍ଷ ତମାମ୍ ଖବର ହେଡ୍ଲାଇନ୍ ପାଲଟିଥିବା କିଛି ବିଶେଷ ବ୍ୟକ୍ତିଙ୍କୁ ବାଛିଥିଲେ ଜୁରୀ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ପୋଲ ବା ଜନମତ ସଂଗ୍ରହ କରାଯାଇଥିଲା । ଯେଉଁଥିରେ ବିଭନ୍ନ କ୍ଷେତ୍ରରେ ନିଜ ପସନ୍ଦର ନ୍ୟୁଜ ମେକର-୨୦୧୮ ବାଛିଥିଲେ ଲୋକେ ।

ବିଜୟ ମହାପାତ୍ର

ରାଜନୀତିରେ କ୍ଷେତ୍ରରେ ନ୍ୟୁଜ୍ ମେକର ଭାବରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବାଛିଛନ୍ତି ଅନ୍ଲାଇନ୍ ଭୋଟର ।

ଜୟନ୍ତୀ ଏକ୍କା

ସେହିପରି ସାମାଜିକ କ୍ଷେତ୍ରରେ ସୁନ୍ଦରଡ଼ର ଜୟନ୍ତୀ ଏକ୍କା ନ୍ୟୁଜ୍ ମେକର ଭାବେ ସମ୍ମାନିତ ହୋଇଛନ୍ତି ।

ଦୂତି ଚାନ୍ଦ

କ୍ରୀଡ଼ା କ୍ଷେତ୍ରରେ ନ୍ୟୁଜ୍ ମେକର ବିବେଚିତ ହୋଇଛନ୍ତି ଧାବିକା ଦୂତି ଚାନ୍ଦ ।

ପପୁ ପମପମ

ତେବେ ମନୋରଂଜନ କ୍ଷେତ୍ରରେ ନ୍ୟୁଜ୍ ମେକର ଭାବେ ଅଭିନେତା ତଥା ନିର୍ଦ୍ଦେଶକ ପପୁ ପମପମଙ୍କୁ ବାଛିଛନ୍ତି ଦର୍ଶକ । ଏହି କ୍ଷେତ୍ରରେ ପପୁଙ୍କ ସମେତ ଗାୟିକା ଅସୀମା ପଣ୍ଡା, ସୋନା ମହାପାତ୍ର ଏବ ମଂଟୁ ଛୁରିଆ ରହିଥିଲେ । କିନ୍ତୁ ଶ୍ରେଷ୍ଠ ନ୍ୟୁଜ୍ ମେକର ଭାବେ ମନୋରଂଜନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି ପପୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More