Only for Entertainment

ଫିଲ୍ମ ପ୍ରମୋଶନରେ ରିପୋର୍ଟର ଏବଂ କଙ୍ଗନାଙ୍କ ମଧ୍ୟରେ ଜବରଦସ୍ତ ଝଗଡ଼ା, ଯାହା ଘଟିଲା ଆପଣ ମଧ୍ୟ ଦେଖନ୍ତୁ ।

72

ରିପୋର୍ଟରଙ୍କ ସହିତ ଖୁବ ଝଗଡ଼ା ହୋଇଛି । ପ୍ରେସ କନଫରେନ୍ସରେ ପ୍ରଶ୍ନ ଉତ୍ତର ସେସନ ମଧ୍ୟରେ ରିପୋର୍ଟର ଜଷ୍ଟିନ ରାଓ କଙ୍ଗନାଙ୍କୁ ଏକ ପ୍ରଶ୍ନ ପଚାରିଦେଲେ । ଯାହାପରେ ରାଗିଗଲେ କଙ୍ଗନା ଏବଂ କଥା ଝଗଡ଼ାରେ ପରିଣତ ହୋଇଗଲା । ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ କଙ୍ଗନା କହୁଛନ୍ତି ରିପୋର୍ଟର ତାଙ୍କ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ବହୁତ କିଛି ଲେଖିଥିଲେ ଏବଂ ସେ ପଶ୍ନ ମଧ୍ୟ କରୁଛନ୍ତି କ’ଣ ସୁଟିଂ ସମୟରେ ମୋର କିଛି ଭୁଲ ଥିଲା? ଯାହାପରେ କଥା ଆଗକୁ ବଢିଯାଉଛି ଏବଂ କୋଳାହଳ ସୃଷ୍ଟି ହେଉଛି ।

 

ଏହା ସହିତ କଙ୍ଗନା କହିଲେଯେ ରିପୋର୍ଟର ଫିଲ୍ମ ମଣିକର୍ଣ୍ଣିକା ସମୟରେ ତାଙ୍କ ସହିତ ଭ୍ୟାନିଟି ଭ୍ୟାନରେ ୩ ଘଂଟା କଥାବାର୍ତ୍ତା ହୋଇଥିଲେ, ଯେପରିକି ଲଂଚ ମଧ୍ୟ କରିଥିଲେ, କିନ୍ତୁ ରିପୋର୍ଟର ଏହି କଥାକୁ ମନା କରିଦେଲେ, ଯାହାପରେ ଦୁଇଜଣଙ୍କ ମଧ୍ୟରେ ହୋଇଥିବା କଥାର ମେସେଜର ସ୍କ୍ରିନ ସଟ ରଖିଥିବା କହିଲେ କଙ୍ଗନା ଏବଂ ଯେତେବେଳେ ରିପୋର୍ଟର ତାହା ଦେଖାଇବା ପାଇଁ କହିଲେ ମୁଁ ପରେ ପଠେଇଦେବି ବୋଲି କଙ୍ଗନା ଉତ୍ତର ଦେଲେ ।

ହୋଷ୍ଟ ଯେତେବେଳେ କଥାକୁ ସମାଧାନ କରିବାକୁ ଚେଷ୍ଟା କଲେ ଅନ୍ୟ ଏକ ବ୍ୟକ୍ତି ହୋଷ୍ଟଙ୍କୁ ମଧ୍ୟ କଟୁ କଥା କହିବାକୁ ଲାଗିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More