Only for Entertainment

ମଣିକର୍ଣ୍ଣିକାର ପ୍ରଥମ ପୋଷ୍ଟର ରିଲିଜ, ସୋସିଆଲ ମିଡିଆରେ ଭାଇରାଲ ହେଉଛି କଙ୍ଗନାଙ୍କ ଲୁକ ।

AajTak
0 28

କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା : ଦ କ୍ୱିନ ଅଫ ଝାଂସୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ତାଙ୍କର ନ ଫ୍ୟାନ୍ସମାନେ ଲମ୍ବା ସମୟରୁ ଅପେକ୍ଷା କରି ରହିଛନ୍ତି । ତେବେ ସ୍ୱାଧୀନତା ଦିବସ ଅବସରରେ ଫିଲ୍ମର ପ୍ରଥମ ପୋଷ୍ଟରକୁ ରିଲିଜ କରାଯାଇଛି । ଏହି ପୋଷ୍ଟର ରିଲିଜ ହେବାପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରରେ କଙ୍ଗନା ଝାଂସୀଙ୍କ ରାଣୀ ଲୁକରେ ନଜର ଆସିଛନ୍ତି ।

କହିରଖୁଛୁ ଯେ ନିର୍ମାତାଙ୍କ ତରଫରୁ ଅଫିସିଆଲ ଭାବେ କୌଣସି ପୋଷ୍ଟର ଜାରି କରାଯାଇନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟରରେ ଫିଲ୍ମ ଆଗାମୀ ବର୍ଷ ୨୫ ଜାନୁଆରୀରେ ରିଲିଜ ହେବ ବୋଲି ସୂଚନା ଦିଆଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କୃଷ ଥିବା ବେଳେ ଏହାର କାହାଣୀ ଲେଖିଛନ୍ତି କେବି ବିଜେନ୍ଦ୍ର ପ୍ରସାଦ । ଏବଂ ଏହାର ଗୀତକୁ ଲେଖିଛନ୍ତି ପ୍ରସୂନ ଜୋସୀ ।

କହିରଖୁଛୁ ଯେ ୧୮୫୮ ଜୁନ ୧୮ରେ ଗ୍ୱାଲିୟର ପାଖରେ କୋଟାର ସରାୟରେ ଇଂରାଜୀ ସେନା ସହିତ ଲଢି – ଲଢି ରାଣୀ ଲକ୍ଷ୍ମୀବାଇ ବୀରଗତି ପ୍ରାପ୍ତ କରିଥିଲେ । ଗତବର୍ଷ ଏହି ଫିଲସ୍ମର ସୁଟିଂ ଆରମ୍ଭ ହୋଇଥିଲା । ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକା ପାଇଁ କଙ୍ଗନା ଖୁବ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମର ଅଧିକାଂଶ ଆକ୍ସନ ସିନ କଙ୍ଗନା ନିଜେ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More