Only for Entertainment

ଖୁବଶୀଘ୍ର ନିର୍ମାଣ ହେବ ‘ତନୁ ୱେଡସ ମନୁ-୩’, ‘ ମଣିକର୍ଣ୍ଣିକା’ର ରିଲିଜ ପୂର୍ବରୁ କଙ୍ଗନା ରଣାୱତଙ୍କ ବଡ ବୟାନ

Scroll
25

ଅଭିନେତ୍ରୀ କଙ୍କନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ସୁପରହିଟ କରିବା ପାଇଁ କଙ୍ଗନା ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଗୋଟିଏ ପଟେ କଙ୍ଗନାଙ୍କ ଫ୍ୟାନ୍ସ ତାଙ୍କର ଏହି ଆଗାମୀ ଫିଲ୍ମ ଦେଖିବା ପାଇଁ ଉତ୍ସାହିତ ଥିବା ବେଳେ ଏବେ କଙ୍ଗନାଙ୍କୁ ନେଇ ଏ କ ନୂଆ ଖବର ସାମ୍ନାକୁ ଆସିଛି ।

ଅସଲରେ ‘ମଣିକର୍ଣ୍ଣିକା’ର ପ୍ରମୋଶନ ସମୟରେ କଙ୍ଗନା ତାଙ୍କର ସୁପରହିଟ ଫିଲ୍ମ ‘ତନୁ ୱେଡସ ମନୁ’ର ନୂଆ ପାର୍ଟ ବିଷୟରେ ଘୋଷଣା କରିଛନ୍ତି । ଏକ ଇଣ୍ଟରଭ୍ୟୁରେ କଙ୍ଗନାଙ୍କୁ ପଚରା ଯାଇଥିଲା ଯେ, ସେ ଆନନ୍ଦ ଏଲ ରୟଙ୍କ ଫିଲ୍ମ ଜିରୋ ଦେଖିଛନ୍ତି କି ? ଏହାର ଉତ୍ତରରେ ସେ କହିଥିଲେ ଜିରୋର ସ୍କ୍ରିନିଂ ସମୟରେ ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ । କିନ୍ତୁ ଆନନ୍ଦ ମଣିକର୍ଣ୍ଣିକାର ସ୍କ୍ରିନିଂରେ ନଜର ଆସିବେ ।

tannu

କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ, ଖୁବ ଶୀଘ୍ର ସେ ଆନନ୍ଦ ଏଲ ରୟଙ୍କ ସହିତ ତନୁ ୱେଡସ ମନୁର ନୂଆ ପାର୍ଟର ଘୋଷଣା କରିବେ । କଙ୍କନା, ଆନନ୍ଦଙ୍କ ପୂର୍ବରୁ ଏହି ଫିଲ୍ମର ଘୋଷଣା କରିଦେଇଛନ୍ତି ସତ କିନ୍ତୁ ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଖୁବ ଖୁସିରେ ଉତ୍ସାହିତ ହୋଇପଡିଥିବେ ।

ଫିଲ୍ମ ‘ ମଣିକର୍ଣ୍ଣିକା’ ବିଷୟରେ କହିବାକୁ ଗଲେ ଫିଲ୍ମରେ କଙ୍ଗନା ରଣୀ ଲକ୍ଷ୍ମୀ ବାଇ ଭୂମିକାରେ ନଜର ଆସିବେ । ଫିଲ୍ମରେ କଙ୍କନାଙ୍କ ବ୍ୟତିତ ଅଙ୍କିତା ଲୋଖଣ୍ଡେ, ନିହାର ପାଣ୍ଡ୍ୟାଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More