Only for Entertainment

କ’ଣ ପାଇଁ ଧୁମଧାମରେ ଜନ୍ମଦିନ ପାଳନ କରିବାକୁ ମନା କଲେ କଙ୍ଗନା, ଏହା ହେଉଛି କାରଣ

Newsmobile
0 35

ବଲିଉଡର କୁଇନ କଙ୍ଗନା ଆଜି ନିଜର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । କଙ୍ଗନା ୧୯୮୭ ମସିହା ୨୩ ମାର୍ଚ୍ଚରେ ହିମାଚଳ ପ୍ରଦେଶର ମଣ୍ଡୀରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନରୁ କଙ୍ଗନା ବହୁତ ଜିଦି ସ୍ୱଭାବର ଥିଲେ ଏବଂ କାହାକୁ ନଡରି ନିଜ କଥାକୁ ସମସ୍ତଙ୍କ ସାମ୍ନାରେ ରଖୁଥିଲେ । ତାଙ୍କ ଏହି ସ୍ୱଭାବ ପାଇଁ ବର୍ତ୍ତମାନ ସୁଦ୍ଧା ତାଙ୍କ ସହିତ ରହିଛି । କଙ୍ଗନା ବର୍ତ୍ତମାନ ଝାଂସୀଙ୍କ ରାଣୀ ଉପରେ ଆଧାରିତ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିବେ ।

kangana_ranaut-wide

କଙ୍ଗନା ତାଙ୍କ ଏହି ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରିବା ପାଇଁ ଚାହୁଁଥିଲେ । କିନ୍ତୁ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ସାଧାସିଧା ଭାବେ ନିଜ ଜନ୍ମଦିନ ପାଳନ କରିବା ପାଇଁ ସେ ନିର୍ଣ୍ଣୟ ନେଇଛନ୍ତି । କଙ୍ଗନା ମନାଲିରେ ନିଜ ପରିବାର ସହିତ ଜନ୍ମଦିନ ପାଳନ କରିବା ସହିତ ପରିବାର ସହ ସମୟ ବିତାଇବେ ।

kangana-tree

ଖବର ଅନୁସାରେ କଙ୍ଗନା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ମନାଲିରେ ରହିବେ । ଏବଂ ସେଠାରୁ ଫେରିବା ପରେ ମେଣ୍ଟାଲର ସୁଟିଂ କରିବେ । କଙ୍ଗନା ଜନ୍ମଦିନ ପୂର୍ବରୁ ନିଜ ବଙ୍ଗଳାରେ ୩୧ଟି ଗଛ ମଧ୍ୟ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More