Only for Entertainment

କେରଳ ବନ୍ୟା ପିଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ କଙ୍ଗନା, ଦାନ କଲେ ୧୦ ଲକ୍ଷ ଟଙ୍କା ।

you tube
0 35

ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶାହରୁଖ ଖାନଙ୍କ ପରି ବଲିଉଡ କ୍ୱିନ କଙ୍ଗନା ମଧ୍ୟ କେରଳକୁ ସାହାଯ୍ୟ କରିଛନ୍ତି । କଙ୍ଗନା କେରଳ ବନ୍ୟା ପିଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସାହାଯ୍ୟ କରିଛନ୍ତି । କଙ୍ଗନା ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଥିବାରୁ ସେ ଅନଲାଇନ ଟ୍ରାନ୍ସଫର ଜରିଆରେ ଟଙ୍କା ପଠାଇଛନ୍ତି । ଏହାର ପ୍ରମାଣ ଏବେ ସାମ୍ନାକୁ ଆସିଛି ।

kangana

kangana1

ରିପୋର୍ଟ ଅନୁସାରେ କେବଳକଙ୍ଗନା ନୁହଁନ୍ତି କଙ୍ଗନାଙ୍କ ପିତା ମଧ୍ୟ କେରଳ ବନ୍ୟା ପିଡିତଙ୍କୁ ସାହାଯ୍ୟ କରିଛନ୍ତି । କଙ୍ଗାନା କେରଳକୁ ସାହାଯ୍ୟ କରିବା ସହିତ କେରଳରେ ଆସିଥିବା ଏହି ଭୟଙ୍କର ବନ୍ୟାକୁ ନେଇ ବୟାନ ମଧ୍ୟ ଦେଇଛନ୍ତି । କଙ୍ଗନା ତାଙ୍କ ବୟାନରେ କେରଳ ବନ୍ୟା ପିଡିତଙ୍କୁ ସାହାଯ୍ୟ କରିବା ପାଇଁ ଗୁହାରୀ କରିଛନ୍ତି । ସେ କହିଥିଲେ ଆପଣଙ୍କର ଟିକିଏ ସାହାଯ୍ୟ କେରଳ ପିଡିତଙ୍କ ପାଇଁ ବଡ ଉପକାର ହୋଇପାରେ ।

ଏହା ପୂର୍ବରୁ ଅଭିନେତ୍ର ସନି ଲିଓଲ କେରଳ ପାଇଁ ୧.୩ ଟନ ଖାଦ୍ୟ ଦାନ କରିଥିଲେ । ସନିଙ୍କ ବ୍ୟତିତ ସୁଶାନ୍ତ ସିଂ ରାଜପୁତ ମଧ୍ୟ କେରଳ ପାଇଁ ସାହାଯ୍ୟର ହାତ ବଢାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More