Only for Entertainment

ଦିଲ୍ଲୀ ସଡ଼କରେ ଗୁପଚୁପ ଖାଉଥିବାର ନଜର ଆସିଲେ ବଲିଉଡ କୁଇନ ।

bollywood tadka
27

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ଏବେ ତାଙ୍କର ଅପକମିଂ ଫିଲ୍ମ ‘ପଙ୍ଗା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ସୁଟିଂ ପାଇଁ ସେ ଦିଲ୍ଲୀରେ ଅଛନ୍ତି । ଏହି ସମୟରେ ଦିଲ୍ଲୀ ସଡ଼କରେ ଛିଡ଼ା ହୋଇ କଙ୍ଗନା ଷ୍ଟିଟ ଫୁଡର ମଜା ନେଉଛନ୍ତି । ନିକଟରେ ସେହି ସମୟର ଫଟୋ ଆସିଛି । ଫଟୋରେ କଙ୍ଗନା ଗୁପଚୁପ ଖାଉଥିବାର ନଜର ଆସିଛନ୍ତି । କହିରଖୁଛୁଯେ କଙ୍ଗନାଙ୍କଏହି ଫଟୋ ତାଙ୍କ ଟିମ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

 

View this post on Instagram

 

Mission Golgappa! Kangana Ranaut is basically all of us as she indulges her tastebuds with famous Chaat of Delhi. #KanganaRanaut #PangaStories

A post shared by Kangana Ranaut (@team_kangana_ranaut) on

କ୍ୟାପ୍ସନରେ ଲେଖାଅଛି ମିଶନ ଗୋଲଗପ୍ପା । କଙ୍ଗନାଙ୍କ ଏହି ଫଟୋକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହାକୁ ନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଂଟ ଦେଇଛନ୍ତି । କିଏ ଲେଖିଛି ଆମ ପାଇଁ କିଛି ରଖିଥିବ ତ ଆଉ କିଏ ପଚାରୁଛି ସ୍ୱାଦ କିପରି? ଆଉ କିଏ ଲେଖିଛି ବଲିଉଡର ସବୁଠାରୁ ଭଲ ଅଭିନେତ୍ରୀ ତୁମେ ସବୁବେଳେ ଏହିଭଳି ରହିବ ।

କଙ୍ଗନା ଏହିଫିଲ୍ମ ପାଇଁ କବାଡ଼ି ମଧ୍ୟ ଅଭ୍ୟାସ କରୁଛନ୍ତି । ଏହା ବ୍ୟତୀତ କଙ୍ଗନାଙ୍କର ପୋଲିସ ବର୍ଦ୍ଧିରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More