Only for Entertainment

ମିଶେଲ ଓବାମାଙ୍କ ସହିତ ଷ୍ଟେଜ ଶେୟାର କରିବେ କଙ୍ଗନା, ଗାନ୍ଧୀବାଦ ଉପରେ ଦେବେ ସ୍ପିଚ

The Asian Age
0 39

ବଲିଉଡ କୁଇନ କଙ୍ଗନାଙ୍କ ପାଇଁ ଚଳିତ ବର୍ଷ ଖୁବ ଖାସ ରହିବ । କାରଣ ତାଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ତ ଆସୁଛିି ଏହା ସହିତ ତାଙ୍କୁ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହିତ ଆମେରିକାରେ ଷ୍ଟେଜ ଶେୟାର କରିବାର ସୁଯୋଗ ମଧ୍ୟ ମିଳିଛି ।

ସୂଚନା ଅନୁସାରେ କଙ୍ଗନା ଅଗଷ୍ଟରେ ନ୍ୟୁ ଜର୍ସିର ‘ଗାନ୍ଧୀ ଗୋଇଙ୍ଗ ଗ୍ଲୋବାଲ ଇନିସିଏଟିଭ’ ରେ ଭାଗ ନେବେ । ଏହାର ଉଦ୍ଦେଶ୍ୟ ଏଜୁକେସନ ପୋଗ୍ରାମ ମାଧ୍ୟମରେ ଗାନ୍ଧୀବାଦକୁ ବଢାଇବା ।

ଏହି ଇଭେଣ୍ଟରେ ୟୁଏସଏର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବଂ ଟକ ଶୋ’ ହୋଷ୍ଟ ଏବଂ ଅଭିନେତ୍ରୀ ଓପରା ବିନଫ୍ରି ମଧ୍ୟ ସାମିଲ ହେବେ ।

kangana_collage1

ଏହାକୁ ନେଇ କଙ୍ଗନା କହିଥିଲେ ଯେ, ଏହା ମୋ ପାଇଁ ମହତ୍ୱପୂର୍ଣ୍ଣ ରହିବ ଯଦି ମୁଁ ସମାଜ ପାଇଁ କୌଣିସି ପ୍ରକାର ଯୋଗଦାନ ଦେଇପାରିବି । ମୁଁ କାହାର ଫ୍ୟାନ ନୁହେଁ କିନ୍ତୁ ଓପରାଙ୍କୁ ମୋର ଆଦର୍ଶ ମାନିଥାଏ । କଙ୍ଗନା ବର୍ତ୍ତମାନ ମନାଲୀରେ ଥିବାରୁ ସେ କହିଥିଲେ ମୁଁ ମୁମ୍ବାଇ ଯିବା ପରେ ମୋତେ ଜଣାପଡିବ ମୁଁ ସେଠାରେ କେଉଁ ବିଷୟରେ କହିବି ଏବଂ ମୋ ସ୍ପିଚ କେତେ ଲମ୍ବା ହେବ ।

ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ବର୍ତ୍ତମାନ ନିଜ ପରିବାର ସହିତ ସମୟ ବତାଉଛନ୍ତି । ୬ ଏପ୍ରିଲରୁ ସେ ‘ମଣିକର୍ଣ୍ଣିକା’ର ସୁଟିଂ ଆରମ୍ଭ କରିବେ । ଏହା ପରେ ସେ ‘ମେଣ୍ଟାଲ ହୈ କ୍ୟା’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରାଜ କୁମାର ରାଓଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More