Only for Entertainment

ରାଣୀ ଲକ୍ଷ୍ମୀବାଇ ପରେ ପୁଲିସବାଲୀ ରୁପେ କଙ୍ଗନା ରନୌତ, ବାଇକରେ କରିବେ ଖତରନାକ ଷ୍ଟଂଟ !

32

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଲମ୍ବା ସମୟରୁ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ହେବ କଙ୍ଗନା ନିଜ ଅପକମିଂ ଫିଲ୍ମ ‘ମେଂଟାଲ ହେ କ୍ୟା’ରେ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ନିକଟରେ ଏହି ଫିଲ୍ମ ସେଟରୁ କଙ୍ଗନାଙ୍କ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପୁଲିସ ବର୍ଦିରେ ବାଇକରେ ଷ୍ଟଂଟ କରୁଥିବାର ନଜର ଆସିଛନ୍ତି । କଙ୍ଗନାଙ୍କ ପୁଲିସ ପୋଷାକ ଲୁକ ଦେଖିବାକୁ ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଚାହିଁ ବସିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ମେଂଟାଲ ହେ କ୍ୟା’ ରେ ପୁଣି ଥରେ ‘କ୍ୱିନ’ କୋଷ୍ଟାର ରାଜକୁମାର ରାଓଙ୍କ ସହ ନଜର ଆସିବେ । ଏହି ଫିଲ୍ମରେ ପ୍ରକାଶ କୋବେଲାମୁଦି ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏବଂ ଏକତା କପୁର ପ୍ରଯୋଜନା ଭାର । ଏହି ଫିଲ୍ମ ବ୍ୟତୀତ କଙ୍ଗନା ଅଶ୍ୱିନୀ ଅୟର ତିୱାରୀର ‘ପଙ୍ଗା’ରେ କାମ କରୁଛନ୍ତି ।

ଏହାସହ କଙ୍ଗନା ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକରେ ମଧ୍ୟ ସାଇନ କରିଛନ୍ତି । ସେ ନିଜ ପୂର୍ବ ଫିଲ୍ମ ‘ମଣିକର୍ଣ୍ଟିକା: ଦ କ୍ୱିନ ଅଫ ଝାନ୍ସୀ’ରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More