Only for Entertainment

‘ମଣିକର୍ଣ୍ଣିକା’ର ସେଟରୁ ଆସିଲା କଙ୍ଗନାଙ୍କ ରକ୍ତ ଜୁଡୁବୁଡୁ ଫଟୋ, ଏହି ଦିନ ରିଲିଜ ହେବ ଫିଲ୍ମର ଟିଜର ।

firstpost
0 28

ବଲିଉଡ କ୍ୱିନ କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାଂସୀ’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ସେଟରୁ କିଛି ନା କିଛି ନୂଆ ନୂଆ ଖବର ଏବଂ ଫଟୋ ସାମ୍ନାକୁ ଆସୁଛି । ନିକଟରେ ଅଭିନେତା ସୋନୁ ସୁଡ ଫିଲ୍ମରୁ ବାହାରିବା ପରେ କଙ୍ଗନା ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଇତି ମଧ୍ୟରେ ଫିଲ୍ମର ସୁଟିଂ ସେଟରୁ ଏକ ଫଟୋ ସାମ୍ନାକୁ ଆସିଛି ।

kangana

ଫଟୋରେ କଙ୍ଗନା ଆକ୍ସନ ସିନ ସୁଟ କରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଫଟୋରେ କଙ୍ଗନା ରାଣୀ ଲକ୍ଷ୍ମୀ ବାଇ ଆଉଟଫିଟରେ ନଜର ଆସିଛନ୍ତି । ହାତରେ ଖଣ୍ଡା ଧରିଥିବା ବେଳେ ତାଙ୍କ ମୁଣ୍ଡରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ ହଲିଉଡ ଆକ୍ସନ ଏକ୍ସପର୍ଟ ନିକ ପାବେଲ ମଣିକର୍ଣ୍ଣିକାର ଆକ୍ସନ ସିନକୁ ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଫିଲ୍ମ ବିଷୟରେ ଆଉ ଏକ ଖବର ମଧ୍ୟ ଏବେ ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମର ଟିଜର ୨ ଅକ୍ଟୋବରରେ ରିଲିଜ ହେବ ।

ଫିଲ୍ମରେ ସୋନୁ ସୁଜଙ୍କ ପରିବର୍ତ୍ତେ ଏବେ ଜୀସନ ଅୟୁବ ନଜର ଆସିବେ । ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏହି ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିବେ । ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ । ତେବେ ଦେଖିବାକୁ ବାକି ରହିଲା କଙ୍ଗନାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ କ’ଣ କମାଲ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More