Only for Entertainment

ଆଇଏଏଫ ଷ୍ଟ୍ରାଇକ ପରେ ଜୋଶରେ କଙ୍ଗନା ,ଦେଶକୁ ଖରାପ ନଜରରେ ଦେଖିଲେ ଆଖି ……. ।

JANSATTA
25

ଦେଶରେ ୧୨ ଦିନ ପୂର୍ବରୁ ହୋଇଥିବା ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଶୋକ ଖେଳିଯାଇଛି । ଅନ୍ୟ ପକ୍ଷେ ୨୬ ଫେବୃୟାରୀକୁ ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀ ପ୍ରଶିକ୍ଷଣକୁ ବମ ପକାଇ ଉଡ଼ାଇ ଦେଇଛି ଭାରତୀୟ ବାୟୁସେନା । ଏହି ଖବର ଆସିବା ପରେ ଦେଶବାସୀ ଖୁସି ହୋଇଯାଇଛନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବଲିଉଡ ସେଲିବ୍ରଟୀମାନେ ଖୁସିର ଉତ୍ସବ ପାଳନ କରୁଛନ୍ତି । ବି ଟାଉନର ଷ୍ଟାର୍ସ ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରିଛନ୍ତି । ଏହି ମଧ୍ୟରେ ବିବାଦୀୟ ମତ ଦେଉଥିବା କଙ୍ଗନା ରଣାୱତଙ୍କ ମତ ମଧ୍ୟ ସାମ୍ନାକୁ ଆସିଛି । ସେ ଆଇଏଏଫକୁ ସାଲ୍ୟୁଟ କରିଛନ୍ତି । ଏହା ସହିତ ଏଭଳି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତ ଏବଂ ସେ କହିଛନ୍ତି ଯିଏ ଭାରତକୁ ଖରାପ ନଜରରେ ଦେଖିବ ତା ଆଖି ତାଡ଼ିଦେବୁ । ଜୟ ହିନ୍ଦ୍ ।

କହିରଖୁଛୁଯେ ଏହା ପୂର୍ବରୁ ଅଜୟ ଦେବଗନଙ୍କ ସମେତ ସ୍ୱରା ଭାସ୍କର,ପରେଶ ରାୱଲ ଏବଂ ଅନୁପମ ଖେର ଆଦି ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More