Only for Entertainment

ପୁଣିଥରେ ଏହି କାମ କରିବେ ଅଭିନେତ୍ରୀ କଙ୍ଗନା ରଣାୱତ !

you tube
18

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ କଙ୍ଗନା ପୁଣିଥରେ ଚର୍ଚ୍ଚାର ପରିଷରକୁ ଆସିଛନ୍ତି । ଆପଣ ଜାଣିଥିବେ ଯେ କଙ୍ଗନା ଚଳିତ ବର୍ଷ ଫିଲ୍ମ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାଂସୀ’ର ନିର୍ଦ୍ଦେଶନା ଦେଇଥିଲେ । ଏବେ ଖବର ଶୁଣିବାକୁ ମିଳୁଛି ଯେ, କଙ୍ଗନା ପୁଣିଥରେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । କଙ୍ଗନା ପୁଣିଥରେ ଏକ ନୂଆ ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କୁହାଯାଉଛି ଯେ, ନିର୍ଦ୍ଦେଶନା ଦେବା ପାଇଁ କଙ୍ଗନା ଯେଉଁ ସ୍କ୍ରିପ୍ଟକୁ ଫାଇନାଲ କରିଛନ୍ତି ତାହା ଏପିକ ଆକ୍ସନ ଡ୍ରାମା ଉପରେ ଆଧାରିତ ।

୩୨ ବର୍ଷିୟ ଅଭିନେତ୍ରୀ ଏହାକୁ ନେଇ କହିଛନ୍ତି, ସେ ଲମ୍ବା ସମୟରୁ କୌଣସି ଫିଲ୍ମରେ ଆଉ ଥରେ ନିର୍ଦ୍ଦେଶନା ଦେବା ପାଇଁ ଚିନ୍ତା କରୁଥିଲେ । କଙ୍ଗନାନଙ୍କ କହିବା ଅନୁସାରେ ଏହି ନିର୍ଣ୍ଣୟ ନେବା ପାଇଁ ତାଙ୍କୁ ଅନେକ ସମୟ ଲାଗିଲା । ଏହା ପରେ ସେ ଏପିକ ଆକ୍ସନ ଡ୍ରାମା ଫିଲ୍ମକୁ ନିର୍ଦ୍ଦେଶନା ଦେବା ପାଇଁ ନିର୍ଣ୍ଣୟ ନେଲେ ।

ଏହା ସହିତ କଙ୍ଗନା କହିଛନ୍ତି ଯେ, ଯଦି ଆପଣ କୌଣସି ବଡ ବଜେଟ ଫିଲ୍ମ କରୁଛନ୍ତି ତେବେ ମହିଳା ଲିଡ ସହିତ ଫିଲ୍ମକୁ କରିବା ଏକ ବଡ ବିଷୟ । କିନ୍ତୁ କଙ୍ଗନା ସ୍ପଷ୍ଟ କରିନାହାଁନ୍ତି ତାଙ୍କର ଏହି ନୂଆ ଫିଲ୍ମରେ କେଉଁ କଳାକାର ଲିଡ ରୋଲରେ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More