Only for Entertainment

‘ଛପାକ’ର ଟ୍ରେଲର ଦେଖିବା ପରେ ଦୀପିକାଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, ଭିଡିଓ ସେୟାର କରି କହିଲେ ଏହି କଥା

latestly
27

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ଛପାକ ଶୁକ୍ରବାର ବକ୍ସ ଅଫିସରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ରିଲିଜ ପୂର୍ବରୁ ଏହାକବୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଜେଏନୟୁ ଛାତ୍ରଙ୍କ ସହିତ ଦୀପିକା ସାକ୍ଷାତ କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି ।

ଅନ୍ୟପଟରେ ଏସିଡ ଆକ୍ରାନ୍ତଙ୍କ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଳର ଦେଖିବା ପରେ କଙ୍ଗନା ଏହାକୁ ଖୁବ ପସନ୍ଦ କରିଛନ୍ତି । ଏହାକୁ ନେଇ କଙ୍ଗନା ଏକ ଭିଡିଓ ସେୟାର କରି ଫିଲ୍ମକୁ ପ୍ରଶଂସା କରିଛନ୍ତି । ଏହି ଭିଡିଓକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । କହିରଖୁଛୁ ଯେ କଙ୍ଗନାଙ୍କ ଭଉଣୀ ମଧ୍ୟ ଏସିଡ ଆଟାକର ଶିକାର ହୋଇସାରିଛନ୍ତି ।

ଏହି ଭିଡିଓରେ କଙ୍ଗନା କହିଛନ୍ତି ସେ ଫିଲ୍ମ ଛପାକର ଟ୍ରେଲର ଦେଖିଛନ୍ତି । ଏହାକୁ ଦେଖିବା ପରେ ରଙ୍ଗୋଲୀଙ୍କ ସହିତ ହୋଇଥିବା ଘଟଣା ତାଜା ହୋଇଗଲା ବୋଲି କଙ୍ଗନା ଭିଡିଓରେ କହିଛନ୍ତି । ଦେଖନ୍ତୁ କଙ୍ଗନା ଆଉ କ’ଣ କହିଛନ୍ତି ଏହି ଭିଡିଓରେ-


କହିରଖୁଛୁ ଯେ, କଙ୍ଗନାଙ୍କ ଏହି ଫିଲ୍ମ ୧୦ ଜାନୁଆରୀରେ ରିଲିଜ ହେବ । ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ବିକ୍ରମ ମେସୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More