Only for Entertainment

କଙ୍ଗନାଙ୍କ ଭଉଣୀ ଶେୟାର କଲେ କଲେଜ ସମୟର ଫଟୋ, କହିଲେ ଏହାପରେ ହିଁ ଫିଙ୍ଗା ଯାଇଥିଲା ୧ ଲିଟର ଏସିଡ

hindirush
97

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଷ୍ଟେଟମେଂଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟରେ କଙ୍ଗନାଙ୍କୁ ଟ୍ରୋଲ କରୁଥିବା ଟ୍ରୋଲର୍ସ ଏବଂ ବିରୋଧୀଙ୍କୁ କଡ଼ା ଜୱାବ ଦେଇଥାନ୍ତି । ନିକଟରେ କଙ୍ଗନା ତାଙ୍କର ଏକ ପୁରୁଣା ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

 

 


ରଙ୍ଗୋଲି କଲେଜ ସମୟର ଏକ ଫଟୋ ଶେୟାର କରିଛନ୍ତି । ଏଥିରେ କଙ୍ଗନା ମଧ୍ୟ ନଜର ଆସିଛନ୍ତି । ଯେଉଁଥିରେ କଙ୍ଗନା ଲେଖିଛନ୍ତି ଆମ ପିଲା ଦିନର ଫଟୋ । ଆମେ ବିଜ୍ଞାନର ଛାତ୍ରୀ ଥିଲୁ । ଏହି ସବୁ ପାଇଁ ଆମ ପାଖରେ ସମୟ ନଥିଲା, କିନ୍ତୁ ବାର୍ଷିକ ଉତ୍ସବ ପାଇଁ ଏହି ଫଟୋ ନେଇଥିଲୁ । ଏହାପରେ ସେ ଲେଖିଛନ୍ତି ଏହି ଫଟୋ ପରେ ମୁଁ ଯେଉଁ ପୁଅର ବିବାହ ପ୍ରସ୍ତାବକୁ ମନା କରି ଦେଇଥିଲି ସେ ମୋ ମୁହଁକୁ ଏସିଡ ଫିଙ୍ଗି ଦେଇଥିଲା । ମୋ ସାନ ଭଉଣୀ କଙ୍ଗନାକୁ ଖୁବ ପିଟା ଯାଇଥିଲା ଓ ଜୀବନରୁ ମାରିଦେବାର ଧମକ ଦିଆଯାଇଥିଲା । ଏହାପରେ ମୋର ପ୍ଲାଷ୍ଟିକ ସର୍ଜରୀ କରାଗଲା । ଏହି ଦୁନିଆ ଝିଅ ମାନଙ୍କ ପାଇଁ ଠିକ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More