Only for Entertainment

ନିଜ ଜୀବନ ଉପରେ ଆଧାରିତ କାହାଣୀକୁ ନେଇ କଙ୍ଗନା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଫିଲ୍ମ, କଣ ସାମ୍ନାକୁ ଆସିବ ହ୍ରିତିକ ରୋଶନଙ୍କ ସହ ଯୋଡି ହୋଇଥିବା ସତ !

44

ବଲିଉଡ କ୍ୱିନ କଙ୍ଗନା ରଣାୱତ ଅନେକ ସମୟରେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏହି ସାହସିକତାକୁ ଅନେକ ପ୍ରଶଂସା କରନ୍ତି । ବିଗତ ମାସରେ ଫିଲ୍ମ ମଣିକର୍ଣ୍ଣିକା ରିଲିଜ ହୋଇଥିଲା । ଏହି ଫିଲ୍ମରେ କଙ୍ଗନାଙ୍କ ଜବରଦସ୍ତ ଭୂମିକା ଦେଖିବାକୁ ମିଳିଥିଲା । କିନ୍ତୁ ଏହାକୁ ନେଇ ବଲିଉଡରେ ଭଲ ରେସପନ୍ସ ନ ମିଳିବାରୁ ସେ ଖୁବ ରାଗି ଯାଇଥିଲେ । ସେ ଆଲିୟାଙ୍କୁ ସ୍ପେଶାଲ ସ୍କ୍ରିନିଂ ପାଇଁ ଡାକିଥିଲେ । ମାତ୍ର ଆଲିୟା କୌଣସି କାରଣ ପାଇଁ ପହଂଚି ନ ପାରିବାରୁ କଙ୍ଗନା ତାଙ୍କୁ କରଣଙ୍କ କଣ୍ଢେଇ ସୁଦ୍ଧା କହି ପକାଇଥିଲେ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ କଙ୍ଗନା ମଣିକର୍ଣ୍ଣିକା ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଥିଲେ , ତେବେ ଏହା ପରେ ସେ ଏବେ ନିଜ ବାୟୋପିକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଏକ ରିପୋର୍ଟ ମୁତାବକ କଙ୍ଗନା ତାଙ୍କ ଲାଇଫ ଷ୍ଟୋରୀ ଉପରେ କାମ କରିବା ଆରମ୍ଭ କରି ଦେଲେଣି, ଯାହାକୁ ସେ ବଡ ପରଦାରେ ପରିବେଷଣ କରିବେ । ଏହି କାହାଣୀକୁ ବାହୁବଲୀ ଫିଲ୍ମର ସ୍କ୍ରିପ୍ଟ ରାଇଟର କେବି ବିଜେନ୍ଦ୍ର ପ୍ରସାଦ ଲେଖିବେ ଏବଂ କଙ୍ଗନା ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ । ଏହି ବର୍ଷର ଶେଷ ସୁଦ୍ଧା ପ୍ରିପ୍ରଡକ୍ସନ କାମ ଆରମ୍ଭ ହୋଇଯିବ । କଙ୍ଗନା ସେ ଏହା ମଧ୍ୟ କହିଛନ୍ତି ଫିଲ୍ମରେ ସବୁ ସତ କାହାଣୀ ରହିବ । ତେବେ ଏବେ ଅନୁମାନ ଲଗାଯାଉଛି ଯେ ଫିଲ୍ମରେ କଣ ହ୍ରିତିକଙ୍କ ସହ ଥିବା ତାଙ୍କ ସମ୍ପର୍କ ସାମ୍ନାକୁ ଆସିବ । ତାହା ତ ସମୟ କହିବ ଯେ ଫିଲ୍ମରେ କେଉଁ ସିନ ରହିବ କଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More