Only for Entertainment

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି କଙ୍ଗନା ରଣାୱତ!

you tube
35

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ । ନିକଟରେ କଙ୍ଗନାଙ୍କ ବିବାହକୁ ନେଇ ନିର୍ଦ୍ଦେଶକ ଅଶ୍ୱିନୀ ଅୟର କହିଥିଲେ ସେ ଖୋଦ ନିଜ ପାଇଁ ପୁଅ ଖୋଜିବେ । ଏବେ କଙ୍ଗନା ନିଜ ବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି ।

ନିକଟରେ କଙ୍ଗନା କହିଛନ୍ତି ତାଙ୍କର ମଧ୍ୟ ଏକ ରୋମାଣ୍ଟିକ ସାଇଡ ରହିଛି । ସେ କହିଛନ୍ତି ଜଣେ କଳାକାର ଭାବେ ମୁଁ ଏହାକୁ ଅନୁଭବ କରିପାରୁଛି ଯେ ନିଜ ଭିତରେ ଏକ ଇଚ୍ଛା ରଖି ଆଗକୁ ବଢିବା ଦରକାର । ଏପରି ଏକ ଇଚ୍ଛା ଯାହା ଆପଣଙ୍କ ଜୀବନକୁ ସକ୍ରିୟ କରିଦେବ ।

କଙ୍ଗନା କହିଛନ୍ତି ପ୍ରେମ ଓ ଭଲପାଇବା ବିଷୟରେ ମୋର ଖୁବ ଖରାପ ଅନୁଭୂତି ରହିଛି କିନ୍ତୁ ଏହାକୁ ଭୁଲି ମୁଁ ଆଗକୁ ବଢିଛି । ଏହା ସହିତ କଙ୍ଗନା କହିଛନ୍ତି ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ । କଙ୍ଗନା କହିଛନ୍ତି ମୁଁ ସବୁବେଳେ କହିଛି ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ ଯେ ଆପଣଙ୍କ ସ୍ତରକୁ ମ୍ୟାଚ କରିବ । କିନ୍ତୁ ନିତେଶ ତିୱାରୀଙ୍କୁ ଦେଖିବା ପରେ ମୋର ଦୃଷ୍ଟି କୋଣ ବଦଳିଯାଇଛି କାରଣ ସେ ନିଜର ବିବାହକୁ ନେଇ ଖୁବ ଖୁସି ଅଛନ୍ତି ।

ଏହା ସହିତ କଙ୍ଗନା କହିଛନ୍ତି ସେ ଖୁବ ଶୀଘ୍ର ବିବାହ କରିପାରନ୍ତି । ତେଣୁ ଆଶା କରାଯାଉଛି ଯେ ପଙ୍ଗା ରିଲିଜ ହେବା ପରେ ସେ ବିବାହ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More