Only for Entertainment

ରାମ ମନ୍ଦିର ଉପରେ ଫିଲ୍ମ ‘ଅପରାଜିତ ଅଯୋଧ୍ୟା’ ବନାଇବେ କଙ୍ଗନା, ଆସନ୍ତା ବର୍ଷ ଆରମ୍ଭ ହେବ ସୁଟିଂ !

26

କଙ୍ଗନା ରନାୱତ ନିଜ ନୂଆ ଫିଲ୍ମ ପ୍ରୋଜେକ୍ଟ ବ୍ୟାକ ଟୁ ବ୍ୟାକ ଶେୟାର କରିବାରେ ଲାଗିଛନ୍ତି । ସେ ନିକଟରେ ଜୟଲଳିତାର ବାୟୋପିକର ପ୍ରଥମ ଲୁକ ଶେୟାର କରିଥିଲେ, ଯାହାର ଟାଇଟଲ ରହିଥିଲା ‘ଥଲାଇବି’ । ଅଭିନେତ୍ରୀ ଏହି ବିଷୟରେ ଖାସ ଧ୍ୟାନ ରଖିଛନ୍ତି ଯେ ତାଙ୍କ ଦର୍ଶକଙ୍କୁ ଏହା ପସନ୍ଦ ଆସୁ ଏବଂ କେବେ ବି ଦର୍ଶକଙ୍କୁ ଏହା ଏକାଭଳି ନ ଲାଗୁ । ଏହିକାରଣରୁ ସେ ସବୁବେଳେ ଭିନ୍ନ କାମ କରନ୍ତି ।

ନିକଟରେ ସେ ମଜାଦାର ଫିଲ୍ମ ପାଇଁ ନିଜ ମେକର୍ସଙ୍କ କାମ କରିବା ପାଇଁ ପୂରା ପ୍ରସ୍ତୁତି କରିଛନ୍ତି । ରିପୋଟରଙ୍କ ମୁତାବକ ସେ ‘ଅପରାଜିତ ଅଯୋଧ୍ୟା’ନାମକ ଏକ ଫିଲ୍ମରେ ପ୍ରଯୋଜନା ଭାର ତୁଲାଇବେ, ଯାହା ରାମ ମନ୍ଦିର କୋର୍ଟ କେସ ଉପରେ ଆଧାରିତ ଅଟେ ଏବଂ ଚର୍ଚ୍ଚାରେ ରହିଛି ।

ଏହି ଫିଲ୍ମ ଆସନ୍ତା ବର୍ଷ ଆରମ୍ଭରେ ସୁଟ ହେବ ଏବଂ ଏହାକୁ ବାହୁବଲୀ ସିରିଜର ନିର୍ମାତା ବିଜୟେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ନିର୍ଦ୍ଦେଶନା କରାଯିବ ।

କଙ୍ଗନା ରନାୱତ କହିଛନ୍ତି ଯେ ‘ରାମ ମନ୍ଦିର ଅନେକ ବର୍ଷ ହେବ ଏକ ଜ୍ୱଳନ୍ତ ବିଷୟ ହୋଇ ରହିଛି । ଯାହା ୮୦ଦଶକରେ ଜନ୍ମ ହୋଇଥିବା ଏକ ଛୋଟ ଛୁଆ ଅଯୋଧ୍ୟା ନାମରେ ନକରାତ୍ମକ ଭାବନା ନେଇ ବଡ ହୋଇଛି । କାରଣ ଯେଉଁ ସ୍ଥାନରେ ରାଜାଙ୍କ ଜନ୍ମ ହୋଇଥିଲା ଏବଂ ଯାହା ବଳିଦାନର ପ୍ରତୀକ ଥିଲା , ତାହାର ସମ୍ପତ୍ତି ବିବାଦର ବିଷୟ ପାଲଟିଥିଲା । ଏହି ମାମଲା ଭାରତୀୟ ରାଜନୀତିର ଚେହେରା ବଦଳାଇ ଦେଇଥିଲା । ଏବେ ଏହି ସମସ୍ୟାର ସମାଧାନ ହୋଇଗଲେ ସୁଦ୍ଧା ଏହା ଭିତରେ ଥିବା ଅନେକ ରହସ୍ୟ ଏହି ଫିଲ୍ମ ସାହାଯ୍ୟରେ ଜାଣିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More