Only for Entertainment

‘ମଣିକର୍ଣ୍ଣିକା’ର ଟ୍ରେଲର ଦେଖିବା ପରେ ଭାବୁକ ହେଲେ କଙ୍ଗନାଙ୍କ ମା’, କହିଲେ ଏହି କଥା…

zee news
29

କଙ୍ଗନା ରଣାୱତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ମଣିକର୍ଣ୍ଣିକା : ଦ କ୍ୱିନ ଅଫ ଝାଂସୀ’ର ଟ୍ରେଲରକୁ ୧୮ ଡିସେମ୍ବରରେ ରିଲିଜ କରାଯାଇଛି । ଫିଲ୍ମର ଟ୍ରେଲରକୁ ପୁରା ଟିମ ଭବ୍ୟ ଭାବରେ ରିଲିଜ କରିଛନ୍ତି । ଟ୍ରେଲର ଲଂଚ ଅବସରରେ କଙ୍ଗନା ତାଙ୍କ ପୁରା ପରିବାର ସହିତ ନଜର ଆସିଥିଲେ । ଟ୍ରେଲର ଦର୍ଶକ ଏବଂ କ୍ରିଟିକ୍ସଙ୍କୁ ପସନ୍ଦ ଆସିଛି । କଙ୍କନାଙ୍କ ଝାଂସୀର ରାଣୀ ଭୂମିକାରେ ଦେଖି କଙ୍ଗନାଙ୍କ ମା’ ଭାବୁକ ହୋଇଯାଇଥିଲେ ଏବଂ କଙ୍କନାଙ୍କୁ ଦୁନିଆର ସବୁଠାରୁ ଭଲ ଝିଅ ବୋଲି କହିଥିଲେ ।

 

ରିପୋର୍ଟ ଅନୁସାରେ, ଟ୍ରେଲର ରି ଲିଜ ହେବା ପରେ ପ୍ରେସ କନଫ୍ରେରେନ୍ସରେ କଙ୍ଗନାଙ୍କ ମା’ ଖୁବ ଇମୋସନାଲ ହୋଇଯାଇଥିଲେ ଏବଂ କହିଥିଲେ ମୁଁ ଗର୍ବିତ ଯେ, କଙ୍ଗାନ ମୋ ଝିଅ । ଅନ୍ୟପକ୍ଷରେ କଙ୍ଗନାନଙ୍କ ଭଉଣୀ ରଙ୍ଗୋଲୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କଙ୍ଗାନ ଏବଂ ତାଙ୍କ ମା’ଙ୍କର ଏକ ସୁନ୍ଦର ଫଟୋକୁ ସେୟାର କରିଛନ୍ତି ।

କହିରଖୁଛୁ ଯେ, ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ । ଫିଲ୍ମରେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More