Only for Entertainment

୧୫ ଅଗଷ୍ଟରେ ରିଲିଜ ହେବ ‘ମଣିକର୍ଣ୍ଣିକା : ଦ କ୍ୱିନ ଅଫ ଝାନସୀ’ର ଟିଜର , ଜାଣନ୍ତୁ ଫିଲ୍ମ ବିଷୟରେ କିଛି କଥା ।

YouTube
0 35

ଆସନ୍ତା ୧୫ରେ ରିଲିଜ ହେବ ‘ମଣିକର୍ଣ୍ଣିକା : ଦ କ୍ୱିନ ଅଫ ଝାନସୀ ’ର ଟିଜର । ଏହି ଫିଲ୍ମରେ କଙ୍ଗନା ଲକ୍ଷ୍ମୀବାଇ ଭୂମିକାରେ ଆସୁଥିଲା ବେଳେ ଝାନସୀର ରାଣୀ ଲକ୍ଷ୍ମୀବାଇଙ୍କ ବୀରତ୍ୱର କାହାଣୀ ଏଥିରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନା ଫିଲ୍ମର କିଛି ଦୃଶ୍ୟ ସୁଟିଂ କରିବା ସହ ନିର୍ମାତାଙ୍କ ସହ ଆଲୋଚନା କରି ଅଗଷ୍ଟ ୧୫ ଅବସରରେ ଫିଲ୍ମର ଟିଜର ରିଲିଜ ପାଇଁ ଆଲୋଚନା କରିଥିଲେ ।

kangana-ranaut-11

ନିର୍ମାତା କମଲ ଜୈନ ମଧ୍ୟ ଏଥିରେ ସହମତି ଦେଇଛନ୍ତି । ଏହି ଫିଲ୍ମର ସ୍କ୍ରିନ ପ୍ଲେ ବାହୁବଳୀର ରାଇଟର ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି । ବିଜେନ୍ଦ୍ରଙ୍କ କହିବା ଅନୁସାରେ ମୁଁ ପିଲାବେଳେ ଲକ୍ଷ୍ମୀବାଇଙ୍କ ବୀରତ୍ୱର କାହାଣୀ ପଢିଥିଲି ଏବଂ ଏହାଦ୍ୱାରା ଖୁବ ପ୍ରଭାବିତ ହୋଇଥିଲି । ବର୍ଷ ବର୍ଷ ଧରି ମୁଁ ଏଭଳି ଏକ ଫିଲ୍ମର କାହାଣୀ ଲେଖିବାର ଅପେକ୍ଷାରେ ମଧ୍ୟ ଥିଲି ।

manikarnika

ଏହି ଫିଲ୍ମ ପାଇଁ ପୋଷାକପତ୍ର ଡିଜାଇନ କରିଛନ୍ତି ନୀତା ଲୁଲା । ସେ କ୍ୟାରେକ୍ଟର ଅନୁସାରେ ପୋଷାକ ନିମନ୍ତେ ୬ମାସର ସମୟ ନେଇଥିଲେ । ପୋଷାକ ତିଆରି ପାଇଁ ୪୦ଜଣ ସହଯୋଗୀଙ୍କୁ ସାଥିରେ ନେଇଥିଲେ । ଫିଲ୍ମରେ ପ୍ରମୁଖ ଭୂମିକାରେ ୧୫ଟି କ୍ୟାରେକ୍ଟର ରହୁଥିବାରୁ ନୀତାଙ୍କ ପାଇଁ ପୋଷାକ ଚୟନ ମଧ୍ୟ ବେଶ କଷ୍ଟକର ଥିଲା । ଫିଲ୍ମର ଆକସନ ଡିଜାଇନ କରିଛନ୍ତି ନିକ ପାୱେଲ । ଏହି ଅଫର ମିଳିବାର ୧୫ ଦିନ ଭିତରେ ପାୱେଲ ଆମେରିକାରୁ ଭାରତ ଆସି ପହଞ୍ଚିଥିଲେ ।

ankita-lokhande-manikarnika-759

ଫିଲ୍ମରେ କଙ୍ଗନାଙ୍କ ସହିତ ଟିଭିର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସୋନୁ ସୁଡଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଙ୍କିତା ଫିଲ୍ମରେ ଝଲକାରୀ ବାଇ ଭୂମିକାରେ ନଜର ଆସିବେ । ଏହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More