Only for Entertainment

ଫୁଟବଲ ମ୍ୟାଚରେ ଗୋଲକିପିଂ କରିବାକୁ ପହଂଚିଲା କଙ୍ଗାରୁ ।

punajb kesari
0 37

ସୋସିଆଲ ମିଡିଆରେ ଏକ କଙ୍ଗାରୁ ଖୁବ ଚର୍ଚ୍ଚାରେ ରହିଛି । ଅଷ୍ଟ୍ରେଲିଆର ଏକ ଫୁଟବଲ ମ୍ୟାଚରେ ଅଚାନକ ଏକ କଙ୍ଗାରୁ ଡେଇଁପଡ଼ି ଖେଳରେ ବାଧା ସୃଷ୍ଟି କଲା । ଏହି ଖେଳର ଆୟୋଜନ ସଂସଦ ଭବନ ଠାରୁ ୨ କିମି ଦୂରରେ ହୋଇଥିଲା । ଅଷ୍ଟ୍ରେଲିଆଇର ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ମହିଳାଙ୍କ ପ୍ରିମିୟର ଫୁଟବଲ ମ୍ୟାଚ ଲିଗରେ ରବିବାର ଦିନ ଏହି କଙ୍ଗାରୁ ପହଂଚି ଯିବାରୁ ଖେଳ ୨୦ ମିନିଟ ପାଇଁ ବନ୍ଦ ହୋଇଥିଲା । କଙ୍ଗାରୁ ଜୋରିମନା ବକ୍ସରେ ଆସି ବସିଗଲା । କିଛି ସମୟ ପରେ ଏହି କଙ୍ଗାରୁକୁ ପଡ଼ିଆରୁ ବାହାର କରାଗଲା ।

କେନବେରା ଫୁଟବଲ କ୍ଳବ ଏବଂ ବେଲୋକୋନେନ ୟୁନାଇଟେଡ ବ୍ଲୁ ଡେଭିଲ୍ସ ମଧ୍ୟରେ ଅଷ୍ଟ୍ରେଲିଆ କ୍ୟାପିଟଲ ଟେରିଟୋରି ଠାରେ ଏହି ମ୍ୟାଚ ଖେଳା ଯାଉଥିଲା । ଏହି କାରଣରୁ କଙ୍ଗାରୁ ମ୍ୟାଚରେ ପ୍ରବେଶ କରିଥିବାରୁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More