Only for Entertainment

ପ୍ରଭୁ ଗଣେଶଙ୍କ ଚମତ୍କାର ମନ୍ଦିର, ଯେଉଁଠି ପ୍ରତିଦିନ ବଦଳିଥାଏ ମୂର୍ତ୍ତିର ଆକାର !

Incredible India
0 57

ବୁଦ୍ଧି, ବଳ ଏବଂ ବିଦ୍ୟାର ଦେବତା ମାନା ଯାଉଥିବା ଦେବତା ଗଣେଶ ଜୀଙ୍କୁ ସର୍ବ ପ୍ରଥମେ ପୂଜା ଯାଇଥାଏ । ତାଙ୍କ ମହିମା ଅସରନ୍ତି ଅଟେ । ଦେଶ-ବିଦେଶରେ ତାଙ୍କର ଅନେକ ମନ୍ଦିର ସ୍ଥାପନା କରାଯାଇଛି । ସେଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି , ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଆନ୍ଧ୍ରପ୍ରଦେଶ ଚିତୁରରେ ଗଣପତିଙ୍କର ଏଭଳି ଏକ ଧାମ ଅଛି ଯେଉଁଠାରେ ଅଦ୍ଭୁତ ଏବଂ ଚମତ୍କାର ରୂପେ ମୁର୍ତ୍ତି ପ୍ରତିଦିନ ବଢିବାରେ ଲାଗିଛି । ଆପଣଙ୍କୁ ହୁଏତ ବିଶ୍ୱାସ ହୋଇନପାରେ ମାତ୍ର ଏହା ସତ୍ୟ ଅଟେ । ଭକ୍ତଙ୍କ ସମସ୍ତ ପାପକୁ ଧୋଉଥିବା ଏହି ଗଣେଶ ମନ୍ଦିର ନଦୀ ପାଖେ ଅବସ୍ଥିତ ।

ଏହି ମନ୍ଦିରରେ ସ୍ଥାପିତ ଗଣେଶଙ୍କ ମୂର୍ତ୍ତି ବଢି ଥାଏ ଯାହା ତାଙ୍କ ପେଟ ଏବଂ ଆଣ୍ଠୁକୁ ନଜର ପକାଇଲେ ଜଣା ପଡିବ । ଏହି ମନ୍ଦିରକୁ ଜଣେ ଭକ୍ତ କବଚ ଦାନ କରିଥିଲେ, ମାତ୍ର ମୂର୍ତ୍ତିର ଆକାର ବଢିବା ଏହା ପିନ୍ଧାଇବା ପାଇଁ ଅନେକ ଅସୁବିଧା ହୋଇଥିଲା ।

ଏହି ମନ୍ଦିର ନଦୀ ମଝିରେ ଅବସ୍ଥିତ । ଏହା ପଛର ଏକ କାହାଣୀ ରହିଛି । ଏଠାକାର ଲୋକେ କୁହନ୍ତି ସଂଖ୍ୟା ଏବଂ ଲିଖିତା ନାମକ ଦୁଇ ଭାଇ ଥିଲେ । ଦିନେ ଲମ୍ବା ଯାତ୍ରା କରିବା ପରେ ଲିଖିତାଙ୍କୁ ଭୋକ ଲାଗିଲା । ସେ ଆମ୍ବ ଗଛ ଦେଖି ତାକୁ ଭାଙ୍ଗିବାକୁ ପ୍ରୟାସ କଲେ । ଭାଇ ସଂଖ୍ୟା ଏହା କରିବାକୁ ରୋକି ଥିଲେ । ଏହାପରେ ସଂଖ୍ୟା ପଂଚାୟତରେ ନିଜ ଭାଇ ନାଁରେ ଅଭିଯୋଗ କରିଥିଲେ , ଯେଉଁଠି ଦଣ୍ଡ ଦେବା ଲାଗି ଲିଖିତାଙ୍କର ଦୁଇ ହାତ କାଟି ଦେଇଥିଲେ ।

ଲିଖିତା କନିପକ୍କମ ନିକଟସ୍ଥ ଏକ ନଇରେ ନିଜ ହାତ ଫୋପାଡିଥିଲେ, ଯାହାପରେ ତାଙ୍କ ହାତ ପୁଣି ଥରେ ଯୋଡି ହୋଇ ଯାଇଥିଲା । ସେବେଠାରୁ ଏହି ନଦୀ ନାଁ ବାହୁଦା ରଖାଯାଇଥିଲା । ଏହାର ଅର୍ଥ ସାଧାରଣ ଲୋକର ହାତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More