Only for Entertainment

ବଦଳିଲେ ନାହିଁ କପିଲ ଶର୍ମା,ଟାଇଗରଙ୍କ ପରେ ରାନୀଙ୍କ ସୁଟିଂ କ୍ୟାନ୍ସଲ ।

ibtimes.co.in
0 49

କପିଲ ଶର୍ମାଙ୍କ ଶୋ ଅନ ଏୟାର ହେବା ପରିବର୍ତ୍ତେ ତାଙ୍କ ବିବାଦ ମଧ୍ୟ ଅନଏୟାର ହୋଇଯାଇଛି । ପ୍ରଥମେ ଖବର ଥିଲାଯେ କପିଲ ଟାଇଗରଙ୍କ ସୁଟିଂକୁ କ୍ୟାନ୍ସଲ କରିଥିଲେ । ଏବେ ରିପୋର୍ଟ ଆସିଛିଯେ ରାନୀଙ୍କ ହିଚକୀ ପ୍ରମୋଶନ ପାଇଁ ଥିବା ସୁଟିଂକୁ ମଧ୍ୟ କ୍ୟାନ୍ସଲ କରିଛନ୍ତି ।


ଋିପୋର୍ଟ ଅନୁସାରେ ସୁଟିଂ ପାଇଁ କପିଲଙ୍କୁ ୨ଟାରେ ଆସିବାର ଥିଲା । ରାନୀଙ୍କୁ ସଂଧ୍ୟା ୬ରେ ଆସିବାକୁ ମେସେଜ ଦିଆ ଯାଇଥିଲା । କିନ୍ତୁ ରାନୀ ୟଶରାଜ ଷ୍ଟୁଡିଓରୁ ବାହାରିବା ପରେ ୮ଟାରେ ସିଡ୍ୟୁଲ କରିବାକୁ ମେସେଜ ଦିଆ ଯାଇଥିଲା । ଏହାପରେ ମଧ୍ୟ ରାନୀ ସୁଟିଂ ପାଇଁ ରାଜି ଥିଲେ । କିନ୍ତୁ ପରେ ସୁଟିଂ କ୍ୟାନ୍ସଲ କରିବାକୁ ମେସେଜ ଆସିଥିଲା ।

ବାଗୀ ପ୍ରମୋଶନ ପାଇଁ ଟାଇଗରଙ୍କ ସହିତ ମଧ୍ୟ ଏହିଭଳି ହୋଇଥିଲା । କିନ୍ତୁ କପିଲ କହିଲେଯେ ଟାଇଗରଙ୍କ ସହିତ ତାଙ୍କର କୌଣସି ସୁଟ ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More