ଏହି ଦିନ ଆରମ୍ଭ ହେବ ରଣବୀର ସିଂଙ୍କ ଷ୍ଟାରର ଫିଲ୍ମ ‘୮୩’ର ସୁଟିଂ, ଫିଲ୍ମକୁ ନେଇ କବୀର ଖାନଙ୍କ ବଡ ଖୁଲାସା
ଗତବର୍ଷ ପରି ଏହି ବର୍ଷ ମଧ୍ୟ ରଣବୀର ସିଂଙ୍କ ପାଇଁ ଖୁବ ଖାସ ରହିବ । କାରଣ ୨୦୧୯ରେ ରଣବୀର ସିଂ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟରେ ବ୍ୟସ୍ତ ରହିବେ । ଚଳିତ ବର୍ଷ ସେ ନିଜର ନୂଆ ଫିଲ୍ମ ଗଲିବୟ, ତଖ୍ତ ଏବଂ ୮୩ ପରି ଫିଲ୍ମରେ ବ୍ୟସ୍ତ ରହିବେ । ଯେଉଁଭଳି ଭାବେ ରଣବୀରଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ ହେବାରେ ଲାଗିଛି ସେଥିରୁ ଆଶା କରାଯାଉନଛି ଯେ ତାଙ୍କର ଆଗାମୀ ପିଲ୍ମ ଗୁଡିକ ମଧ୍ୟ ବକ୍ସ ଅଫିସରେ ଧମାଲ କରିବ ।
ଆମେ ପୂର୍ବରୁ ଆପଣଙ୍କୁ କହିଥିଲୁ ଯେ, ରଣବୀର ଖୁବ ଶୀଘ୍ର କପିଲ ଦେବଙ୍କ ବାୟୋପିକ ଫିଲ୍ମ ୮୩ରେ କାମ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ କବୀର ଖାନ ଯେ ବଜରଙ୍ଗୀ ଭାଇଜାନ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ପାଇଁ ରଣବୀର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ନିଜର କ୍ରିକେଟ ସ୍କ୍ରିଲକୁ ବଢାଇବା ପାଇଁ ସେ କପିଲ ଦେବଙ୍କ
ଠାରୁ ଟ୍ରେନିଂ ମଧ୍ୟ ନେଉଛନ୍ତି ।
View this post on Instagram
And the glorious journey begins…….. #83 ? #kapildev @83thefilm #balwindersinghsandhu @kabirkhankk
ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ‘୮୩’ ବିଷୟରେ ବିଶେଷ ନ କିଛି ଖୁଲାସା କରିନଥିଲେ ମଧ୍ୟ ସେ ରଣବୀରଙ୍କ ପ୍ରାକ୍ଟିସ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ କ୍ରିକେଟ ସ୍କିଲକୁ ବଢାଇବା ପାଇଁ ରଣବୀର ଖୁବ ପରିଶ୍ରମ କରୁଛନ୍ତି । ସେ ଦିନକୁ ପ୍ରାୟ ୩ ଘଣ୍ଟା ପ୍ରାକ୍ଟିସ କରୁଛନ୍ତି । ଏକ ବୁଟ କ୍ୟାମ୍ପରେ ତାଙ୍କୁ କଡା ଟ୍ରେନିଂ ମଧ୍ୟ ଦିଆଯାଉଛି ।
କବୀର ଏହା ଏହା ମଧ୍ୟ କହିଛନ୍ତି ଯେ, ମଇ ରୁ ଅଗଷ୍ଟ ମଧ୍ୟରେ ଫିଲ୍ମର କିଛି ଅଂଶ ର ସୁଟିଂ ଲଣ୍ଡନ ରେ ଆରମ୍ଭ ହେବ । ଏବଂ ବାକି ଭାଗ ଭାରତରେ ହିଁ ସୁଟ କରାଯିବ । ତେବେ କବୀରଙ୍କ ଏହି ବୟାନ ଶୁଣିଲା ପରେ କହିବା ଭୁଲ ହେବ ନାହିଁ ଯେ ରଣବୀରଙ୍କୁ ବଡ ପରଦାରେ କପିଲ ଦେବଙ୍କ ଭୂମିକାରେ ଦେଖିବା ପାଇଁ ଦର୍ଶକଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିବ ।