Only for Entertainment

ବାପାଙ୍କ ବାୟୋପିକରେ ଝିଅ କରିବେ ଡେବ୍ୟୁ ।

22

ରଣବୀର ସିଂହ ‘ଗଲି ବଏ’ ଜରିଆରେ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିଲେ। ଏହି କ୍ରମରେ ରଣବୀର ନିଜର ଆଗାମୀ ସିନେମା ‘୮୩’ରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଏବେ ଏହି ସିନେମାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହାକି ଚର୍ଚ୍ଚାର ପରିସରରେ ରହିଛି। ସିନେମା ‘୮୩’ ଜରିଆରେ କପିଲ ଦେବଙ୍କ କନ୍ୟା ଅମିୟା ଦେବ ବି-ଟାଉନ୍‌ରେ ପଦ ରଖିବାକୁ ଯାଉଛନ୍ତି।

ନିର୍ଦ୍ଦେଶକ କବୀର ଖାନ୍‌ଙ୍କ କହିବାନୁସାରେ, ସିନେମା ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଆମର ସହଯୋଗୀ େଓ୍ଵବସାଇଟ୍‌ ବଲିଉଡ୍‌ ଲାଇଫ୍‌ ଖବର ଅନୁସାରେ, ସିନେମାରେ କପିଲ ଦେବଙ୍କ ଝିଅ ଅମିୟା ଦେବ ବି-ଟାଉନ୍‌ରେ ଡେବ୍ୟୁ କରିବେ। କିନ୍ତୁ ଅମିୟା ଅଭିନୟ କ୍ଷେତ୍ରରେ ନୁହେଁ ବରଂ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ପ୍ରଥମଥର ସିନେମାରେ କାମ କରିବାକୁ ଯାଉଛନ୍ତି।

କ୍ରିକେଟର ସନ୍ଦୀପ ପାଟିଲଙ୍କ ପୁଅ ଚିରାଗ ପାଟିଲ ଏହି ଖବର ପ୍ରକାଶ କରିଛନ୍ତି। ଚିରାଗ ଏକ ସାକ୍ଷାତକାରରେ କହିଛନ୍ତି, ଅମିୟା ସିନେମା ‘୮୩’କୁ ନେଇ ବହୁ ଉତ୍ସାହିତ ଅଛନ୍ତି। ସିନେମା ନିର୍ମାଣକୁ ନେଇ ପ୍ରତିଟି ଦିଗରୁ ସେ ଅନୁଧ୍ୟାନ କରୁଛନ୍ତି। ସିନେମା ‘୮୩’ରେ ଚିରାଗ ପାଟିଲ ବି ତାଙ୍କ ପିତା ସନ୍ଦୀପ ପାଟିଲଙ୍କ ଭୂମିକାରେ ନଜର ଆସିବେ। ଏହି ସିନେମାକୁ ୨୦୨୦ ଏପ୍ରିଲ ୧୦ରେ ରିଲିଜ କରିବାର ଯୋଜନା ରଖାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More