Only for Entertainment

ସୋହେଲ ଖାନଙ୍କ ଜନ୍ମଦିନରେ କପିଲ ଏବଂ ସୁନୀଲ ଏକାଠି ଆସିଲେ ନଜର !

56

କପିଲ ଶର୍ମା ଏବଂ ସୁନୀଲ ଗ୍ରୋବର ଙ୍କ ମଧ୍ୟରେ ଅନେକ ଦିନ ହେବ କଥାବାର୍ତ୍ତା ବନ୍ଦ ଅଛି। ଏହି ଝଗଡା କାରଣରୁ ସୁନୀଲ ଗ୍ରୋବର କପିଲ ଙ୍କ ସୋ’ ମଧ୍ୟ ଛାଡି ଦେଇଥିଲେ । ସେହିପରି କପିଲଙ୍କ ସୋ କୁ କୋ-ପ୍ରଯୋଜନା କରୁଛନ୍ତି ଦବଙ୍ଗ ଖାନ ସଲମାନ । କିଛି ଦିନ ପୂର୍ବେ ଭାରତ ଫିଲ୍ମରେ ସୁନୀଲ ଦବଙ୍ଗ ଖାନଙ୍କ ସହ ଅଭିନୟ କରିଥିଲେ । କପିଲ ଏବଂ ସୁନୀଲ ଦୁହେଁ ନିଜ କ୍ୟାରିଅର ରେ ଆଗକୁ ବଢି ସାରିଛନ୍ତି ମାତ୍ର କେହି ନିଜ ଭିତରେ ଥିବା ଝଗଡାକୁ ଭୁଲିବାକୁ ଚାହୁଁନାହାନ୍ତି ।

ନିକଟରେ ସଲମାନଙ୍କଛୋଟ ଭାଇ ସୋହେଲଙ୍କ ବର୍ଥଡେ ପାର୍ଟିରେ କପିଲ ଏବଂ ସୁନୀଲ ଙ୍କୁ ସ୍ପଟ କରାଯାଇଥିଲା । ଏହି ପାର୍ଟିରେ ପ୍ରଥମ ଥର ଦୁହିଁଙ୍କୁ ଝଗଡା ପରେ ଏକାଠି ଦେଖିବାକୁ ମିଳିଥିଲା । ସଲମାନ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଦୁହେଁ ଏକାଠି ସଲମାନଙ୍କ ସହ ନଜର ଆସିଛନ୍ତି ।

 

View this post on Instagram

 

#Brothers night #happybirthday @sohailkhanofficial bhai ❤️ @beingsalmankhan @whosunilgrover #celebrations #bday 🎂🎈🤗

A post shared by Kapil Sharma (@kapilsharma) on

ସୋହେଲ ଖାନଙ୍କ ଜନ୍ମଦିନରେ କପିଲ, ସୁନୀଲଙ୍କ ବ୍ୟତୀତ ସୁଗନ୍ଧା ମିଶ୍ରା, ଅରବାଜ ଖାନ, ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ, ସନି ଲିଅନି, ଜେନିଲିଆ, ସୁନୀଲ ସେଟ୍ଟୀ, ନେହା ଧୁପିଆ, ଅଙ୍ଗଦ ଦ୍ବିବେଦୀ, ଜାକି ସ୍ରଫ, ୟୁଲିଆ ଭନ୍ତୁର ଓ ହୀମେଶ ଙ୍କ ଭଳି କଳାକାର ପହଞ୍ଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More