Only for Entertainment

ଶୋ ଭିତରକୁ ପ୍ରବେଶ ନହୋଇପାରିବାରୁ କପିଲଙ୍କୁ ଟ୍ୱିଟ କଲେ ଫ୍ୟାନ, ତତକ୍ଷଣାତ ଉତ୍ତର ଦେଇ କପିଲ ଲେଖିଲେ…. ।

bollywood tadka
37

କପିଲ ନିଜ କମେଡ଼ି ମାଧ୍ୟମରେ ଖୁବ ଲୋକପ୍ରିୟତା ପାଇଛନ୍ତି ଏବଂ ପ୍ରଶଂସକ ମଧ୍ୟ ସୃଷ୍ଟି ତିଆରି କରିଛନ୍ତି । ତେବେ ସେ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ଭଲପାଆନ୍ତି ଏହା ଆପଣ ଏହି ଖବର ପଢିବା ପରେ ଜାଣିପାରିବେ ।

ଜାଣିବାକୁ ମିଳିଛି ଯେ ଗତ ସପ୍ତାହରେ ଜଣେ ପ୍ରଶଂସକ କପିଲ୍‌ଙ୍କୁ ଭେଟିବା ପାଇଁ ତାଙ୍କ ସୁଟିଂ ସେଟ୍‌ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କେହି ଭିତରକୁ ପଶିବାକୁ ଦେଲେ ନାହିଁ। ଡୋମନ ସାହୁ ନାମକ କପିଲଙ୍କର ଏହି ପ୍ରଶଂସକ ଜଣକ କପିଲ୍‌ଙ୍କୁ ଏକ ଟ୍ଵିଟ୍‌ ଲେଖିଲେ।


ସେ ଟ୍ଵିଟ୍‌ କରି ଲେଖିଲେ ଯେ ‘ ମୋତେ ଆପଣଙ୍କ ସୋ’ରେ ଆସିବାର ଅଛି ସାର୍‌। ମୁଁ ଆପଣଙ୍କ ସୋ’ ବାହାରେ ଛିଡ଼ା ହୋଇଛି। ଦୟାକରି ମୋତେ ଆସିବାକୁ ଦିଅନ୍ତୁ। ମୋ ହାତରେ ମାର୍କିଂ ନାହିଁ ବୋଲି ମୋତେ ଭିତରକୁ ଆସିବାକୁ ଦେଉ ନାହାନ୍ତି ସାର୍‌।’

ଫ୍ୟାନଙ୍କର ଏହି ଟ୍ଵିଟ୍‌ର ଉତ୍ତର ଦେଇ କପିଲ୍‌ ଲେଖିଛନ୍ତି, ‘ତୁମେ କେଉଁଠାରେ ଅଛ? ମୋ ଭ୍ୟାନ ବାହାରକୁ ଆସ। ମୁଁ ସେଠାରେ ଅପେକ୍ଷା କରିଛି।’ ତା’ପରେ କପିଲଙ୍କ ଫ୍ୟାନ୍‌ ଜଣକ କପିଲଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଖୁସିରେ ସେ କପିଲଙ୍କ ସହ ଏକ ଫଟୋ ଉଠାଇ ପରେ ପୋଷ୍ଟ୍‍ ମଧ୍ୟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More