Only for Entertainment

ହାସ୍ୟ ଅଭିନେତା କପିଲ ପୁଣି ଥରେ ପରଦାକୁ କମବ୍ୟାକ କରିବାକୁ ଅନୁସରଣ କଲେଏହି ଅଭିନେତାଙ୍କୁ ।

pinkvilla
0 46

ହାସ୍ୟ ଅଭିନେତା କପିଲ ଶର୍ମା ଖୁବ୍‌ ଶୀଘ୍ର ପରଦାକୁ ଫେରୁଥିବା କଥା ସମସ୍ତେ ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । କେବେ କପିଲ ନିଜର ନୂଆ ସୋ’ ନେଇ ପରଦାକୁ ଆସିବେ ତାହା ଘୋଷଣା କରାଯାଇ ନ ଥିବା ବେଳେ ଏବେ ସେ ନିଜ ପରିବର୍ତ୍ତିତ ଜୀବନଧାରା ବିଷୟରେ ଘୋଷଣା କରିଥିବା ଦେଖାଯାଇଛି ।


ଅବାଟକୁ ଚାଲି ଯାଇଥିବା ଜୀବନକୁ ବାଟକୁ ଆଣିବା ପାଇଁ କପିଲ ଜଣେ ବଲିଉଡ୍‍ କଳାକାରଙ୍କୁ ଅନୁସରଣ କରୁଥିବା କଥା ଟ୍ଵିଟ୍‌ କରି ଜଣାଇଛନ୍ତି । ତାଙ୍କ ଜୀବନରେ ସେ ଯାହା ବି ଭୁଲ କରିଛନ୍ତି ତାକୁ ସୁଧାରିବା ସହ ସେଭଳି ଭୁଲ ଯେପରି ଆଗକୁ ନ ହେଉ ସେ ନେଇ ସେ ଅଭିନେତା ଅକ୍ଷୟ କୁମାରଙ୍କୁ ଅନୁସରଣ କରୁଥିବା କହିଛନ୍ତି । ଅଭିନେତା ଅକ୍ଷୟ କୁମାର ନିଜର ପୂରା ଦିନ କେମିତି କାଟନ୍ତି ତାହା ଜାଣି ନିଜର ଦିନଚର୍ଯ୍ୟା ସେପରି କରିଛନ୍ତି କପିଲ । ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କପିଲ ଶୀଘ୍ର ଶୋଇ ଶୀଘ୍ର ଉଠୁଥିବା କହିଛନ୍ତି । ବ୍ୟକ୍ତିଗତ ଭାବରେ ଅକ୍ଷୟ କପିଲଙ୍କୁ ଏପରି କରିବାକୁ କହି ନଥିଲେ ମଧ୍ୟ କପିଲ ତାଙ୍କୁ ଅନୁସରଣ କରୁଥିବା ସ୍ୱୀକାର କରିଛନ୍ତି ।

ଏବେ ଶୋଇବାର ସମୟ ଆସିଗଲା…..ଶୁଭରାତ୍ରୀ….ଏଇ କିଛି ଦିନ ହେବ ଅକ୍ଷୟ ପାଜିଙ୍କୁ ଅନୁସରଣ କରୁଛି ବୋଲି ଲେଖି କପିଲ ଟ୍ଵିଟ୍‌ କରିବା ପରେ ଏହି ଖବର ସାମ୍ନାକୁ ଆସି ପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More