Only for Entertainment

କପିଲ ଶର୍ମା-ଗିନ୍ନୀ ଚତରଥଙ୍କ ତୃତୀୟ ରିସେପ୍ସନ ପାର୍ଟିର କାର୍ଡ ଭାଇରାଲ, ପିଏମ ମୋଦି ହୋଇପାରନ୍ତି ଅତିଥି !

insta pic of bollywoodstarkidsofficial
23

କମେଡିଆନ କପିଲ ଶର୍ମା ଏବଂ ଗିନ୍ନୀ ଚତରଥ ବିବାହ ପରେ ନିଜ ତୃତୀୟ ରିସେପ୍ସନ ପାର୍ଟି ଦେବାକୁ ଯାଉଛନ୍ତି । ଏହି ରିସେପ୍ସନ ପାର୍ଟି ୨ ଫେବୃଆରୀରେ ଅନୁଷ୍ଠିତ ହେବ । ଇତି ମଧ୍ୟରେ ଦୁହିଁଙ୍କ ରିସେପ୍ସନର ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ରିସେପ୍ସନ ପାର୍ଟି ଦିଲ୍ଲୀରେ ଦିଆଯିବ । ଏହି ରିସେପ୍ସନ ପାର୍ଟିରେ କପିଲ ଏବଂ ଗିନ୍ନୀଙ୍କ ପରିବାର ସଦସ୍ୟ ଏବଂ ଖାସ ବନ୍ଧୁ ଉପସ୍ଥିତ ରହିବେ । ତେବେ ଶୁଣିବାକୁ ମିଳୁଛି ଯେ, ଏହି ରିସେପ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥି ଭାବେ ସାମିଲ ହୋଇ ପାରନ୍ତି । ଏହା ସହିତ ଏହି ପାର୍ଟିରେ ବଡ ବଡ ନେତା ଅତିଥି ଭାବେ ନଜର ଆସି ପାରନ୍ତି ବୋଲି ଶୁଣିବାକୁ ମିଳିଛି ।

କହିରଖୁଛୁ ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନସଙ୍କ ବିବାହ ରିସେପ୍ସନରେ ସାମିଲ ହୋଇଥିଲେ । ଏହି ରିସେପ୍ସନ ପାର୍ଟିରେ ମୋଦିଙ୍କ ଫଟୋ ଖୁବ ଭାଇରାଲ ହୋଇଥିଲା ।

କପିଲ ଏବଂ ଗିନ୍ନୀ ୧୨-୧୩ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ୧୪ ଡିସେମ୍ବରରେ ଦୁହେଁ ଅମୃତସରରେ ପ୍ର ଥମ ରିସେପ୍ସନ ପାର୍ଟି ଦେଇଥିଲେ । ପରେ ୨୪ ଡିସେମ୍ବରରେ ଦୁହେଁ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପାର୍ଟି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More