Only for Entertainment

କଏଦ ହେଲା ଗୋଟିଏ କ୍ୟାମେରାରେ କଳାକାର ଜୀବନର ତିନୋଟି ଚେହେରା, ବୈଶାଖୀ ପାଳନ କଲେ ମିକା ଏବଂ କପିଲ ।

bollywood tadka
21

କପିଲ ଶର୍ମା ଏବେ ଖୁବ ଚର୍ଚ୍ଚାରେ । କପିଲଙ୍କ ବିବାହ ଏବଂ ରିସେପସନରେ ବଡ଼ ବଡ଼ ତାରକା ନଜର ଆସିଥିଲେ । ଏହା ସହିତ ମିକା ସିଂ ମଧ୍ୟ ନଜର ଆସିଥିଲେ । ଅବଶ୍ୟ ଏହା ସମସ୍ତେ ଜାଣନ୍ତିଯେ ମିକା ଏବଂ କପିଲଙ୍କ ସଂପର୍କ ଖୁବ ଭଲ । ମିକା କପିଲଙ୍କ ରିସେପସନରେ ମଧ୍ୟ ଗୀତ ଗାଇଥଲେ ।

 

ଆସନ୍ତା କାଲି ବୈଶାଖୀ । ଡିଭାଇନ ଟଚ ଏକାଡେମୀ ସହିତ ଆଗୁଆ ବୈଶାଖୀ ପାଳନ କରିଛନ୍ତି କପିଲ ଏବଂ ମିକା । ତାଙ୍କ ସହିତ ଗୁରମିତ ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ସହିତ ସେମାନେ ସମସ୍ତଙ୍କୁ ଭୋଟଦେବା ପାଇଁ ମଧ୍ୟ ପ୍ରେରଣା ଦେଲେ । ମିକାଙ୍କ ଗୀତରେ ଉପସ୍ଥିତ ପିଲା ଡ୍ୟାନ୍ସ ମଧ୍ୟ କଲେ । ତେବେ କହିରଖୁଛୁଯେ ଗୋଟିଏ ସ୍ଥାନରେ ଗାୟକ ମିକା, କମେଡିଆନ କପିଲ ଏବଂ ଅଭିନେତା ଗୁରମିତଙ୍କୁ ଦେଖିବାର ଦୃଶ୍ୟ ଥିଲା ଖୁବ ନିଆରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More