Only for Entertainment

ପୁଣି ଥରେ ଏକା ସହ ପରଦାରେ ନଜର ଆସିବେ କପିଲ ଶର୍ମା-ସୁନୀଲ ଗ୍ରୋଭର

37

ପୁଣି ଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର । ସୂଚନା ମୁତାବକ, ସୁନୀଲ ନିଜର ଆଗମୀ ଫିଲ୍ମ ‘ଭାରତ’ର ପ୍ରମୋସନ କରିବା ପାଇଁ ‘ଦ କପିଲ ଶର୍ମା ସୋ’ କୁ ଆସିବେ । ତାଙ୍କ ସହ ନଜର ଆସିବେ ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ।

କହିରଖୁଛୁ ଯେ, ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇ ସୁନୀଲ କପିଲଙ୍କ କମେଡି ସୋ’ ଛାଡ଼ି ଦେଇଥିଲେ । ଯାହା ପରେ କପିଲଙ୍କ ସୋ’ର ଟିଆର୍‌ପି କମିବା ସହ ଧୀରେ ଧୀରେ କପିଲଙ୍କ ସୋ’ ବନ୍ଦ ହୋଇ ଯାଇଥିଲା । ଅନେକ ଦିନର ବ୍ୟବଧାନ ପରେ କପିଲ ପୁଣି ଥରେ ଡିସେମ୍ବରରେ ନିଜର ନୂଆ ସୋ’ ଆରମ୍ଭ କରିଥିଲେ । ବିବାହ ପରେ ତାଙ୍କ ସୋ’ର ପ୍ରସାରଣ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଦର୍ଶକ ପୁଣି ଥରେ କପିଲଙ୍କୁ ଆପଣେଇବା ଆରମ୍ଭ କରିବା ସହ ତାଙ୍କ ସୋ’ର ଟିଆର୍‌ପି ବଢ଼ିଥିଲା । ଏବେ ସୋ’ର ଟିଆର୍‌ପି ବଢ଼ିବା ସହ ସୁନୀଲଙ୍କ ସହ ତାଙ୍କ ଶତ୍ରୁତାର ଅନ୍ତ ଘଟିଥିବା ଜଣା ପଡ଼ିଛି । ଏତେ ଦିନ ପରେ ଦୁହେଁ ସାଥୀରେ ସ୍କି୍ରନ ସେୟାର କରିବାକୁ ଯାଉଛନ୍ତି, କିନ୍ତୁ ସହ କଳାକାର ଭାବରେ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More