Only for Entertainment

ପୁଣିଥରେ ଛୋଟ ପରଦାରେ ନଜର ଆସିବେ କପିଲ, ଚାଲିଛି ନୂଆ କାହାଣୀର ପ୍ରସ୍ତୁତି ।

hindustan times
0 45

କମେଡ଼ି କିଙ୍ଗ କପିଲ ଶର୍ମାଙ୍କୁ କିଏ ବା ପସନ୍ଦ ନକରନ୍ତି । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦାରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ଭାରତରେ ନୁହେଁ ବରଂ ବିଦେଶରେ କପିଲଙ୍କୁ ଦର୍ଶକ ଖୁବ ପସନ୍ଦ କରନ୍ତି । କପିଲଙ୍କ ଦ୍ୱିତୀୟ ଫିଲ୍ମ ଫିରଙ୍ଗୀ ରିଲିଜ ହୋଇସାରିଛି । ଏହି ଫିଲ୍ମରେ କପିଲ ଏକ ଭୋଲା ଏବଂ ଗ୍ରାମୀଣ ବ୍ୟକ୍ତି ଭାବରେ ଅଭିନୟ କରିଛନ୍ତି । ଯଦିଓ ଫିଲ୍ମକୁ କ୍ରିଟିକସ୍ ଦ୍ୱାରା ଭଲ ଭ୍ୟୁଜ ମିଳିନାହିଁ, କିନ୍ତୁ କପିଲଙ୍କ ପ୍ରଶଂସକ ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଗତ ଦୁଇଦିନରେ ଫିଲ୍ମଟି ୪ କୋଟିରୁ ଅଧିକ ରୋଜଗାର କରିଛି । ଏହି ଫିଲ୍ମକୁ କପିଲଙ୍କ ଖାସ ବନ୍ଧୁ ରାଜୀବ ଢାଙ୍ଗରା ନିର୍ଦ୍ଦେଶନା ଦେଇଛନ୍ତି ।

କପିଲ ଛୋଟ ପରଦାରୁ ବହୁଦିନ ହେବ ଦୂରରେ ରହିଥିବାରୁ ତାଙ୍କୁ ଏବଂ ତାଙ୍କ ଶୋକୁ ଦର୍ଶକ ଖୁବ ମିସ କରୁଛନ୍ତି । କପିଲଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ତାଙ୍କ ଶୋକୁ ବନ୍ଦ କରିଦିଆଯାଇଥିଲା, କିନ୍ତୁ ପୁଣିଥରେ ଛୋଟ ପରଦାକୁ ଫେରିବାପାଇଁ କପିଲ ପ୍ରସ୍ତୁତ ହେଉଛନ୍ତି । ଏହିଥର ସେ ତାଙ୍କ ଶୋରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ବାସ୍ତବରେ କପିଲ ମଧ୍ୟ ଅନୁଭବ କରିଥିଲେଯେ ଶୋରେ କିଛି ରିପିଟ ହେଉଛି ଏବଂ ତାହା ବୋରିଙ୍ଗ ମଧ୍ୟ କରୁଛି । ସେଥିପାଇଁ ସେ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ।

ସେହି ସମସ୍ତ କାରଣରୁ ସେ ଶୋକୁ ବନ୍ଦ କରିଦେଇଥିଲେ ଏବଂ ସେ ପୁଣିଥିରେ ନିଜ ଶୋରେ କାମ କରିବେ ଏବଂ ଦର୍ଶକଙ୍କ ପାଇଁ ନୂଆ କାହାଣୀ ନେଇ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କପିଲଙ୍କ ଫିଲ୍ମକୁ ଗଲ୍ଫ କଂଟ୍ରିରେ ମଧ୍ୟ ରିଲିଜ କରାଯାଇଛି ଏବଂ ସେଠାରେ ୨୪ଟି ସ୍କ୍ରିନରେ କପିଲଙ୍କ ଫିଲ୍ମ ରିଲିଜ ହୋଇଛି । ସେଠାରେ କପିଲଙ୍କ ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି ଏବଂ ଫିଲ୍ମକୁ ଭଲ ରେସପନ୍ସ ମଧ୍ୟ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More