Only for Entertainment

ବାପା ହେଲେ କପିଲ ଶର୍ମା, ସୋସିଆଲ ମିଡିଆରେ ଜଣାଇଲେ ଖୁସି ଖବର

37

ଭାରତର ପ୍ରସିଦ୍ଧ କମେଡ଼ିଆନ କପିଲ ଶର୍ମାଙ୍କୁ ନେଇ ଆସିଛି ଖୁସି ଖବର । ଗତ କିଛି ମାସ ପୂର୍ବରୁ କପିଲଙ୍କ ପତ୍ନୀ ଗିନ୍ନି ଗର୍ଭବତୀ ଥିବା ଖବର ଆମେ ଆପଣଙ୍କୁ ଜଣାଇଥିଲୁ । କିନ୍ତୁ ଏବେ ଗିନ୍ନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

 

ଆଜି ଭୋର୍ ୩ଟା ୨୩ରେ କପିଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ତା’ସହିତ ତାଙ୍କ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ।

କପିଲ୍‌ ଏହି ଟ୍ୱିଟ୍‌ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିଲା। ରକୁଲ୍‌ ପ୍ରୀତ୍‌, ଦିଆ ମିର୍ଜା, ‌ଅକ୍ଷୟ କୁମାର୍‌, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହ୍ୱାଲ୍‌ଙ୍କ ପରି ଅନେକ ବଲିଉଡ୍‌ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍‌ଙ୍କୁ ଟ୍ୱିଟ୍‌ରରେ ଶୁଭେଚ୍ଛା ଜଣାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More