Only for Entertainment

ପତ୍ନୀ ଗିନ୍ନୀଙ୍କ ସହ କପିଲ ଶର୍ମା ମନାଇଲେ ବର୍ଥଡେ, ଟିମ ସହ ଏଭଳି କଲେ ଏଂଜୟ !

28

କମେଡିଆନ କପିଲ ଶର୍ମା ଆଜି ୩୮ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । କପିଲଙ୍କ ଜନ୍ମ ୨ଅପ୍ରେଲ ୧୯୮୧ରେ ଅମୃତସରରେ ହୋଇଥିଲା । ସୋମବାର ରାତିରେ କପିଲ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ବର୍ଥଡେ ସେଲିବ୍ରେଟ କରିଛନ୍ତି । କପିଲଙ୍କ ଏହି ଗ୍ରାଣ୍ଡ ବର୍ଥଡେ ପାର୍ଟି କପିଲ ଶର୍ମା ଶୋ’ର ଟିମ, ସିଙ୍ଗର ମିକା ସିଂ, ନବରାଜ ହଂସ, ରୁଚା ଶର୍ମାଙ୍କ ଭଳି ଅନେକ ଷ୍ଟାର ତାଙ୍କର ଏହି ପାର୍ଟିରେ ଯୋଗ ଦେଇଥିଲେ ।


ଏହି ପାର୍ଟିର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କପିଲଙ୍କ ପତ୍ନୀ ଗିନ୍ନୀ ଚତରଥଙ୍କ ସାଙ୍ଗେ ମିଶି ବର୍ଥଡେ କେକ କାଟିଥିଲେ । ଏହି ଖାସ ପାର୍ଟିରେ କିକୁ ଶାରଦା ଏବଂ ଲାଫ୍ଟର କ୍ୱିନ ଭାରତୀ ସିଂ ଖୁବ ଡାନ୍ସ କରିଥିଲେ ।

ସେହିପରି ସିଙ୍ଗର ମିକା ସିଂ ଡାନ୍ସ ନମ୍ବର ଗାଇ ପାର୍ଟିକୁ ଆହୁରୀ ମଜାଦାର କରିଥିଲେ । କପିଲଙ୍କ ମା’ ଏବଂ ଗିନ୍ନି ଚତରଥ ମଧ୍ୟ ଡାନ୍ସ କରିଥିଲେ । ସେହିଭଳି ଆଉ ଏକ ଭିଡିଓରେ କପିଲ ଶର୍ମା ଏବଂ ସିଙ୍ଗର ରୁଚା ଶର୍ମାଙ୍କ ଧୁନରେ ଡ୍ରମ ବଜାଉଥିବାର ନଜର ଆସିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମା ସେଟରେ ମଧ୍ୟ କେକ କାଟିଥିଲେ । ସେଟରେ ତାଙ୍କ ମା’ ମହଜୁଦ ଥିଲେ । କପିଲଙ୍କ ମା’ କପିଲଙ୍କୁ କେକ ଖୁଆଉଥିବାର ନଜର ଆସିଛନ୍ତି । ଏହି ଶୋ’ରେ କୋରିଓଗ୍ରାଫର ରେମୋ ଡିସୁଜା ଅତିଥି ହୋଇ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More