Only for Entertainment

କପିଲ ଶର୍ମା ନେଇ ଆସୁଛନ୍ତି ‘ସନ ଅଫ ମଂଜିତ ସିଂ’,ଏହି ଦିନ ହେବ ରିଲିଜ ।

aajtak
0 43

କମେଡିରେ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଥିବା କପିଲ ଶର୍ମା ଫିଲ୍ମକୁ ମଧ୍ୟ ଆପଣାଇ ସାରିଛନ୍ତି । କପିଲଯେ ଜଣେ ଭଲ ଆକ୍ଟର ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଫିଲ୍ମ ଫିରଙ୍ଗୀରେ ଅଭିନୟ କରିଥିଲେ କପିଲ ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ କମେଡ଼ି ଏବଂ ଫିଲ୍ମରେ ସୀମିତ ନାହାଁନ୍ତି କପିଲ ଶର୍ମା,ସେ ନିର୍ମାତା ମଧ୍ୟ ହୋଇ ସାରିଛନ୍ତି,ଯାହାର ଝଲକ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।

ଆଜ୍ଞା ହଁ କପିଲ ଶର୍ମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ନିଜେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନାମ ହେଉଛି ‘ସନ ଅଫ ମଂଜିତ ସିଂ’ । ଏହାର ନିର୍ମାତା ହେଉଛନ୍ତି ନିଜେ କପିଲ ଶର୍ମା । ଫିଲ୍ମ ୧୨ ଅକ୍ଟୋବର ୨୦୧୮ରେ ରିଲିଜ ହେବ ବୋଲି ମଧ୍ୟ ସେ ଜଣାଇଛନ୍ତି । ତେବେ ଫିଲ୍ମରେ ଅନ୍ୟ ଜଣେ ନିର୍ମାତା ହେଉଛନ୍ତି ସୁମିତ ସିଂ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିକ୍ରମ ଗ୍ରୋଭର । ଫିଲ୍ମର ପ୍ରଥମ ଲୁକ ଖୁବଶୀଘ୍ର ନଜର ଆସିବ ବୋଲି କପିଲ ସୂଚନା ଦେଇଛନ୍ତି ।

 

ଗତ କିଛି ଦିନ ହେବ କପିଲଙ୍କ ବିଷୟରେ କୌଣସି ସୂଚନା ନଥିଲା । କିନ୍ତୁ କେବେ କେବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲା । ତେବେ କପିଲଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ନିହାତି ଭାବେର ଏକ ଖୁସି ଖବରଯେ ସେ ସୁସ୍ଥ ହୋଇ ସାରିଛନ୍ତି ବା ଡିପ୍ରେସନରୁ ବାହାରି ସାରିଛନ୍ତି । ଏହା ସହିତ ଭେଟି ଦେବାକୁ ଯାଉଛନ୍ତି ତାଙ୍କ ଫ୍ୟାନ୍ସଙ୍କୁ ଏକ ନୂଆ ଭେଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More