Only for Entertainment

ଶାହରୁଖ ଖାନଙ୍କ ରାସ୍ତାରେ କପିଲ ଶର୍ମା, ‘ଆଙ୍ଗ୍ରୀ ବାର୍ଡସ ୨’ର ହିନ୍ଦୀ ଭର୍ସନ ପାଇଁ ଦେବେ ଭଏସ

google
44

ନିକଟରେ ରିଲିଜ ହୋଇଥିଲା ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନ ପାଇଁ ଶାହରୁଖ ଖାନ ନିଜ ଭଏସ ଦେଇଛନ୍ତି । ଫିଲ୍ମରେ ଶାହରୁଖ ମୁଫସା ଚରିତ୍ର ପାଇଁ ଭଏସ ଦେଇଛନ୍ତି । ଏବେ କମେଡି କିଙ୍କ ଶାହରୁଖଙ୍କ ରାସ୍ତାରେ ପାଦ ଦେଇଛନ୍ତି । ଶାହରୁଖଙ୍କ ପରି କପିଲ ଖୁବ ଶୀଘ୍ର ଏକ ହଲିଉଡ ଫିଲ୍ମରେ ଭଏସ ଓଭର ଦେଉଥିବାର ନଜର ଆସିବେ ।

ଅସଲରେ କପିଲ ଶର୍ମାଙ୍କ ଏହି ଅନ୍ଦାଜ ହଲିଉଡ ଫିଲ୍ମ ‘ଦ ଆଙ୍ଗ୍ରୀ ବାର୍ଡସ ୨’ରେ ଦେଖିବାକୁ ମିଳିବ । ଆଜ୍ଞା ହିଁ, କପିଲ ଖୁବଶୀଘ୍ର ‘ଦ ଆଙ୍ଗ୍ରୀ ବାର୍ଡସ ୨’ରେ ହିନ୍ଦୀ ଭର୍ସନରେ ଭଏସ ଦେବାକୁ ଯାଉଛନ୍ତି । କପିଲଙ୍କ କହିବା ଅନୁସାରେ ଫିଲ୍ମରେ ରେଡ୍ ବାର୍ଡର ଚରିତ୍ର ମୋ ସହିତ ମ୍ୟାଚ କରୁଛି । ସେଥିପାଇଁ ଏହି ଚରିତ୍ରରେ ଭଏସ ଦେବା ମୋ ପାଇଁ ପରଫେକ୍ଟ । କାରଣ ରେଡ୍ ରାଗରେ କହିଲେ ବି ଲୋକେ ତାକୁ ହସରେ ଉଡାଇ ଦିଅନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କପିଲ ଏବେ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’ ଶୋ’କୁ ହୋଷ୍ଟ କରୁଛନ୍ତି । ଶୋ’ର ଟିଆରପି ଭଲ ରହୁଥିବା ବେଳେ ଚଳିତ ସପ୍ତାହରେ ତାହା କମିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More