Only for Entertainment

ଦ କପିଲ ଶର୍ମା ଶୋ ସହିତ ପୁଣିଥରେ ଛୋଟ ପରଦାକୁ ଫେରିବେ କପିଲ ।

youtube
36

ବହୁ ଦିନ ଧରି ବାଦ ବିବାଦ ପରେ ସବୁକିଛି ଭୁଲି କପିଲ ତାଙ୍କ ଶୋ’କୁ ଫେରିଥିଲେ, ତାହା ପୁଣି କିଛି ଭିନ୍ନ ପରିବର୍ତ୍ତନ ସହିତ । ବିଭିନ୍ନ ପ୍ରଚେଷ୍ଟା ପରେ ମଧ୍ୟ ପୂର୍ବ ଭଳି ଦର୍ଶକଙ୍କ ହୃଦୟରେ ସେ ତାଙ୍କ ପୁରୁଣା ସ୍ଥାନ ତିଆରି କରି ପାରିନଥିଲେ ଏବଂ ଶୋ’କୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡ଼ିଲା । ଏହାପରେ କେବେ କେବେ କପିଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା,ଅବଶ୍ୟ ଏହା ଥିଲା କପିଲଙ୍କ ଝଲକ । ଦର୍ଶକ କପିଲଙ୍କୁ ଖୁବ ଭଲପାଆନ୍ତି ଏବଂ ତାଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଚାହାଁନ୍ତି । ତେବେ ଦର୍ଶକଙ୍କ ଏହି ମନସ୍କାମନା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି, କାରଣ କପିଲ ପୁଣି୍ଥରେ ପରଦାକୁ ଫେରିବେ ତାଙ୍କ ଶୋ ମାଧ୍ୟମରେ ।

ଖବର ଅନୁସାରେ କପିଲ ଅକ୍ଟୋବର ମାସରେ ତାଙ୍କର ଏହି ଶୋ’କୁୁ ଫେରିବେ ବୋଲିି ଶୁଣିବାକୁ ମିଳୁଥିଲା । ସୋସିଆଲ ମିଡିଆରେ କପିଲ ନିଜେ ଏହି ବିଷୟରେ ସୂଚନା ଦେଇ କହିଛନ୍ତିଯେ ସେ ଖୁବଶୀଘ୍ର ତାଙ୍କ ଶୋ ମାଧ୍ୟମରେ ଏବଂ ସୋନି ଟିଭି ଜରିଆରେ ଦ କପିଲ ଶର୍ମା ଶୋ’କୁ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More