Only for Entertainment

ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା କପିଲଙ୍କ ନାଁ

6

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ବିଗତ ଅତୀତରେ ଅନେକ ବିବାଦ ଦେଖାଯାଇ ସାରିଥିବା ବେଳେ ଏବେ ତାଙ୍କୁ ଯେଉଁ ସମ୍ମାନ ମିଳିଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଷ୍ଟାଣ୍ଡଅପ୍‌ କମେଡ଼ିଆନ ଭାବେ ସବୁଠାରୁ ଅଧିକ ନଜର ଆସିଥିବାରୁ ତାଙ୍କ ନାଁ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ସ୍ଥାନ ପାଇଛି । ତେବେ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡ଼ସ୍‌, ଲଣ୍ଡନ ତରଫରୁ କପିଲଙ୍କୁ ମିଳିଥିବା ପ୍ରମାଣପତ୍ରର ଫଟୋ କପିଲ ଏ ପର୍ଯ୍ୟନ୍ତ ସେୟାର କରି ନ ଥିଲେ ମଧ୍ୟ ତାଙ୍କ ପତ୍ନୀ ଗିନ୍ନୀ ଚତରଥଙ୍କ ଫ୍ୟାନ୍‌ ପେଜ୍‌ରେ ପ୍ରମାଣପତ୍ର ସେୟାର କରାଯାଇଛି, ଯାହା ପରେ ଖବରଟି ସାମ୍ନାକୁ ଆସିଛି ।

 

 

View this post on Instagram

 

Congratulations 🎉🎉🎉 @kapilsharma & @ginnichatrath n all the kapilians♥♥ #Proudtobeyourfan #LoveYou #KeepShining #Celebrations

A post shared by GINNI.SHARMA.LOVERS (@ginnichatrath.lovers) on

ସୂଚନା ମୁତାବକ, ଡ଼ିସେମ୍ବରରେ ନିଜର ପ୍ରେମିକାଙ୍କ ହାତ ଧରିଥିଲେ କପିଲ ଶର୍ମା । ଏହା ସହ ବର୍ଷେ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିବା କପିଲଙ୍କ ସୋ’ ନୂଆ ରୂପରେ ସାମ୍ନାକୁ ଆସିଥିଲା । ନୂଆ ଭାବରେ ସାମ୍ନାକୁ ଆସିବା ପରେ କପିଲଙ୍କ ସୋ’ର ରେଟିଙ୍ଗ ଏବେ ବଢ଼ିବାରେ ଲାଗିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More