Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ସେନ୍ସ ଅଫ ହ୍ୟୁମରର ପ୍ରଶଂସା କଲେ କମେଡ଼ିଆନ କପିଲ ଶର୍ମା ।

instagram
51

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରକୁ ମୁମ୍ବାଇର ନେସନାଲ ମ୍ୟୁଜିୟମ ଅଫ ଇଣ୍ଡିଆନ ସିନେମାର ଉଦଘାଟନ କଲେ । ଏହି ସମାରୋହରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ସହିତ ଜଡ଼ିତ କେତେକ ବଡ଼ ବଡ଼ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହି ସୁଯୋଗରେ ଭାରତର ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ । କପିଲ ଏହି ସାକ୍ଷାତର ଏକ ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

କପିଲ ଶେୟାର କରିଥିବା ଫଟୋରେ ଦୁଇଜଣ ହସ ହସ ଚେହେରା ସହିତ ନଜର ଆସିଛନ୍ତି । ଫଟୋରେ ତାରକ ମେହତା କେ ଉଲଟା ଚଷମାର କଳାକାର ଜେଠାଲାଲ ଅର୍ଥାତ ଦିଲ୍ଲୀପ ଯୋଶୀ ମଧ୍ୟ ନଜର ଆସିଛନ୍ତି । ଫଟୋ ପୋଷ୍ଟ କରିବା ସହିତ କପିଲ କ୍ୟାପ୍ସନରେ ଲେଖିଛନ୍ତିଯେ ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ଆପଣଙ୍କ ସହିତ ସାକ୍ଷାତ ଖୁବ ସୁଖପ୍ରଦ ଥିଲା, ଏହି ସାକ୍ଷାତରେ ମୁଁ ଜାଣିବାକୁ ପାଇଲିଯେ ଦେଶର ଉନ୍ନତି ପାଇଁ ଆପଣଙ୍କ ପାଖରେ କେତେ ପ୍ରୋତ୍ସାହିତ ଆଇଡିଆ ଅଛି, ଏହା ସହିତ ଆପଣ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କେତେକ ଦୃଷ୍ଟି କୋଣ ମଧ୍ୟ ରଖିଛନ୍ତି, ସାର ଏହା ସହିତ ମୁଁ ଏହା ମଧ୍ୟ କହିବିଯେ ଆପଣଙ୍କ ନିକଟରେ ଖୁବ ଭଲ ସେନ୍ସ ଅଫ ହ୍ୟୁମର ରହିଛି ।

 

View this post on Instagram

 

JAI HIND ! my dads fan moment !my dad is a big fan of the honorable PRIME MINISTER n today he met him ….??????????

A post shared by Ek❤️ (@ektaravikapoor) on

କେବଳ କପିଲ ନୁହଁନ୍ତି ବରଂ ଏକତା କପୁର ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ବାପା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସେଥିରେ ସେ କ୍ୟାପ୍ସନରେ ଲେଖିଛନ୍ତିଯେ ମୋ ବାପା ପ୍ରଧାନମନ୍ତ୍ରୀଙ୍କର ଜଣେ ବଡ଼ ଫ୍ୟାନ, ଆଜି ତାଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମୋ ବାପାଙ୍କୁ ମିଳିଗଲା । ତେବେ କେବଳ କପିଲ ଏବଂ ଏକତା ନୁହଁନ୍ତି ଅନ୍ୟ କେତେ ଜଣ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଫଟୋ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More