Only for Entertainment

ଦର୍ଶକଙ୍କ ମେଳରେ ବସି ଶତୃଘ୍ନ ସିହ୍ନାଙ୍କ ସିଗ୍ନେଚର ଷ୍ଟେପକୁ କପି କରୁଥିବାର ନଜର ଆସିଲେ କମେଡି କିଙ୍ଗ କପିଲ !

22

କମେଡିଆନ କପିଲ ଶର୍ମା କିଛି ଦିନ ହେବ ଦ କପିଲ ଶର୍ମା ଶୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କପିଲ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦର୍ଶକଙ୍କ ମଝିରେ ବସି କପିଲ ଶତୃଘ୍ନ ସିହ୍ନାଙ୍କ ସିଗ୍ନେଚର ଡ୍ୟାନ୍ସ କପି କରୁଥିବାର ନଜର ଆସିଥିଲେ । ଏହାସହ ମଂଚରେ ଯାହା କିଛି ହେଉଥିଲା ତାକୁ ଦେଖି ଉପଭୋଗ କରୁଥିଲେ । ଅସଲରେ ଭିଡିଓ କ୍ଲିପ ଏକ ରିହର୍ସଲର ଅଟେ , ଯେଉଁଥିରେ ସେ ନିଜ ଏପିସୋଡର ପ୍ରସ୍ତୁତି କରୁଥିଲେ । ଏହି ଭିଡିଓରେ ସମସ୍ତ କମେଡିଆନ ମସ୍ତି କରୁଥିବାର ନଜର ଆସିଥିଲେ । ଭିଡିଓରେ ସମସ୍ତେ ଅନ୍ୟ ଅନ୍ୟ ଷ୍ଟାରଙ୍କ କପି କରୁଥିବାର ଦେଖିବାକୁ ମିଳିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଭାରତୀ ସିଂ ଆଲିୟା ଭଟ୍ଟ ହୋଇଥିଲେ , ସେହିଭଳି ସୁମୋନା ଚକ୍ରବର୍ତ୍ତି ଦୀପିକା ପାଦୁକୋଣଙ୍କ ଭୁମିକା ତୁଲାଉଥିଲେ । ରୋଶେଲ ଏବଂ ଏଡଲର୍ଡ ହୋଇଥିଲେ ପ୍ରିୟଙ୍କା ଚୋପ୍ରା ଏବଂ ନିଜ ଜୋନଓ । ଏହାବ୍ୟତୀତ କପିଲ ହୋଇଥିଲେ ଶତୃଘ୍ନ ସିହ୍ନା । ଏଠାରେ ଆମେ ଜଣାଇ ରଖୁଛୁ ଯେ ଏହି ଏପିସୋଡ ରବିବାର ରାତିରେ ସୋନି ଟିଭିରେ ପ୍ରସାରିତ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More