Only for Entertainment

‘ନାନୀ’ଙ୍କୁ ମନେପକାଇ ଭାବୁକ ହେଲେ କମେଡି କିଙ୍ଗ କପିଲ ଶର୍ମା

News Nation
0 36

କମେଡି କିଙ୍ଗ୍ କପିଲଙ୍କର ନୂଆ ଶୋ ଦର୍ଶକଙ୍କ ସାମ୍ନାକୁ ଆସିଛି । ନିକଟରେ ତାଙ୍କୁ ପୁରୁଣା ଟିମ ମେମ୍ବର ଅଲୀ ଅସଗର କପିଲଙ୍କ ନୂଆ ଶୋ ପାଇଁ ତାଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଲୀଙ୍କ ଏହି ଟୁଇଟ ପଢି କପିଲ ଭାବୁକ ହୋଇ ଉତ୍ତର ଦେଇଥିଲେ । ଅଲୀ କପିଲଙ୍କ ପୁରୁଣା ଶୋ କମେଡି ନାଇଟ ଓି୍ୱଥ କପିଲରେ ନାନୀ ଭୂମିକାରେ ନଜର ଆସିଥିଲେ ।

ଅଲୀ ଟୁଇଟ କରି ଲେଖିଥିଲେ, ‘ଏଣ୍ଟରଟେନମେଣ୍ଟ ଫେରି ଆସିଛି । ଶୁଭକାମନା କପିଲ । ଆପଣ ଦର୍ଶକଙ୍କର ମନୋରଞ୍ଜନ କର ।’ ଏହାପରେ କପିଲ ଟୁଇଟ କରିଥିଲେ ‘ଧନ୍ୟବାଦ ଅଲୀ ଭାଇ । ମୁଁ ସମସ୍ତଙ୍କୁ ମିସ କରୁଛି । ଏହା ସେହି ମଂଚ ଯେଉଁଠି ଆମେ କମେଡି ନାଇଟର ସୁଟିଂ କରୁଥିଲେ । କେବଳ ମୁଁ ଜାଣିଛି ସମସ୍ତଙ୍କ ବିନା କିପରି ମୁଁ ସୁଟିଂ କରୁଛି । ସମସ୍ତଙ୍କୁ ମୋର ଭଲପାଇବା । ’


ଅନ୍ୟପକ୍ଷରେ କପିଲଙ୍କ ନୂଆ ଶୋ’ ଦର୍ଶକଙ୍କ ଦୃଦୟକୁ ଛୁଇଁ ପାରିନାହିଁ । ଲୋକେ ଶୋ’କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଏବଂ କିଛି ଲୋକେ ସୋଲିଆଲ ମିଡିଆରେ ଟ୍ରୋଲ ମଧ୍ୟ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅଷ୍ଟ୍ରେଲିଆରୁ ଫେରିବା ସମୟରେ କପିଲ ଏବଂ ତାଙ୍କ ଟିମ ମଧ୍ୟରେ ଝଗଡା ହୋଇଥିଲା । ଯାହା ଫଳରେ ଚନ୍ଦନ, ଅଲୀ ଏବଂ ସୁନିଲ କପିଲଙ୍କ ଶୋ ଛାଡି ଦେଇଥିଲେ । କିନ୍ତୁ ପରେ ଚନ୍ଦନ କପିଲଙ୍କ ଶୋ’ରେ ଯୋଗଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More