Only for Entertainment

ରାତିର ଅନ୍ଧାରରେ ଏମତି କ’ଣ କଲେ କପିଲ!ଶୋ ଆସିବା ପୂର୍ବରୁ ପୁଣିଥରେ କଲେ ଭୁଲ ।

amarujala
0 46

୬ ମାସ ବ୍ରେକ ପରେ କମେଡି କିଙ୍ଗ କପିଲ ପୁଣିଥରେ ଫେରୁଛନ୍ତି ଟିଭି ପରଦାକୁ । ତାଙ୍କର ଅଗାମୀ ଶୋ’ର ଟ୍ରେଲର ମଧ୍ୟ ନିକଟରେ ରିଲିଜ ହୋଇସାରିଛି । ଶୋ’ର ନାମ ହେଉଛି ‘ଫ୍ୟାମିଲି ୱିଥ କପିଲ ଶର୍ମା’ । ଏହା ବ୍ୟତୀତ ଅନ୍ୟ ଏକ କଥାକୁ ନେଇ ମଧ୍ୟ କପିଲ ଚର୍ଚ୍ଚାରେ ଅଛନ୍ତି ।

 


ବାସ୍ତବରେ କପିଲ ତାଙ୍କ ସହର ଅମୃତସରରେ ବାଇକ ନେଇ ବାହାରିଲେ । ରାତିର ଅନ୍ଧାରରେ କପିଲ ଜ୍ୟାକେଟ ଓ ମୁଣ୍ଡରେ ଟୋପି ପିନ୍ଧି ବୁଲୁଥିଲେ । ତେବେ ସେ ବାଇକରେ ବୁଲୁଥିବା ସମୟର ଫଟୋ କ୍ୟାମେରାରେ କଏଦ ହୋଇଛି । ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆକୁ ଆସିଲା ତ କପିଲ ଟ୍ରଲ ହୋଇଗଲେ ।

ବାସ୍ତବରେ ଲୋକ ତାଙ୍କୁ ବିନା ହେଲମେଟରେ ଦେଖିବା ପରେ ଟ୍ରଲ କରିଛନ୍ତି । ଭିନ୍ନ ଲୋକ ଭିନ୍ନ କମେଂଟ ଦେଇଛନ୍ତି । ହେଲମେଟ ପିନ୍ଧିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଜଣେ ବ୍ୟବହାରକାରୀ ଲେଖିଛନ୍ତିଯେ ନମ୍ବର ପ୍ଲେଟ ସ୍ଥାନରେ ପୋଲିସ ଲେଖାଯାଇଛି । କେଉଁଠାରୁ ଉଠାଇ ଆଣିଛନ୍ତି । ତେବେ କପିଲଙ୍କର ଏହି ଭିଡିଓକୁ ୨ ଘଂଟାରେ ୨ ଲକ୍ଷ ଲୋକ ଦେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More